ଓଡିଶାଲାଇଭ୍ ବ୍ୟୁରୋ

ବେଙ୍ଗାଳୁର ୪ର୍ଥ ଦିନିକିଆରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଟିମ୍ ଇଣ୍ଡିଆ ୨୧ ରନ୍‌ରେ କଙ୍ଗାରୁ ଟିମ୍‌ଠାରୁ ହାରିଯାଇଛି। ଚିନ୍ନା୍ସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚରେ ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୩୧୩ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଛି।

ଟିମ୍‌ଇଣ୍ଡିଆର ଓପନର ଆଜିଙ୍କ୍ୟ ରାହାଣେ ୫୩ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଯାଇଥିବା ବେଳେ ରୋହିତ ଶର୍ମା ୬୫ ରନ୍‌ କରି ଆଉଟ୍ ହୋଇଛନ୍ତି। ସେହିପରି ଅଧିନାକୟ ବିରାଟ କୋହଲି ୨୧, କେଦାର ଯାଧବ ୬୭, ମହେନ୍ଦ୍ର ସିଂ ଧୋନି ୧୩, ହାର୍ଦ୍ଧିକ ପାଣ୍ଡ୍ୟା ୪୧ ରନ୍ କରି ଆଉଟ ହୋଇଛନ୍ତି।
ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଧୂଆଁଧାର ବ୍ୟାଟିଂ କରିଥିଲା। ଡାଭିଡ ଓ୍ବାର୍ଣ୍ଣରଙ୍କ ୧୨୪ ଏବଂ ଅରୁଣ ଫିଞ୍ଚଙ୍କ ୯୪ ରନ୍ ବଳରେ କଙ୍ଗାରୁ ଟିମ୍ ୩୩୪ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଟିମ୍ ୪ର୍ଥ ଦିନିକିଆରେ ହାରିଥିଲେ ବି ଶୃଙ୍ଖଳାରେ ୩-୧ରେ ଆଗୁଆ ରହିଛି।
 

LEAVE A REPLY

Please enter your comment!
Please enter your name here