ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ରାଜ୍ୟରେ ବିଜୟା ଦଶମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। କେତେକ ଜିଲ୍ଲାରେ ବର୍ଷା ସତ୍ତ୍ୱେ ଦଶହରା ପର୍ବ ଉପଲକ୍ଷେ ପୂଜାମଣ୍ଡପ ନିକଟରେ ଅସମ୍ଭବ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଦେବୀଦର୍ଶନ କରିଥିଲେ। ଆଜି ମଧ୍ୟ ସୋମନାଥ ବ୍ରତ। ବିଶେଷକରି ଗାଁରେ ଏହି ବ୍ରତ ପାଳନ କରାଯାଏ।
କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦଶହରା ପର୍ବ ପାଳିତ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସ୍ଥାନରେ ପୂଜାର ବାତାବରଣ ଲାଗି ରହିଥିଲା। ମଝିରେ ମଝିରେ ବର୍ଷା ସତ୍ତ୍ୱେ ଭକ୍ତମାନେ ଦେବୀ ଦୁର୍ଗାଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ସହିଦ ନଗର,ନୟାପଲ୍ଲି, ରସୁଲଗଡ଼, ବୋମିଖାଲ, ବରମୁଣ୍ଡା ଓ ଝାରପଡାରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇଥିଲା।
କେତୋଟି ମଣ୍ଡପ ନିକଟରେ ରାବଣପୋଡି ସହିତ ବିଳମ୍ବିତ ରାତ୍ରରେ ଦୁର୍ଗା ପୂଜାପାଳନ ଶେଷ ହୋଇଛି।
ଭୁବନେଶ୍ୱର ମହାନଗର ଅଞ୍ଚଳ ପୂଜାମଣ୍ଡପରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ରବିବାର ଦିନ ମେଢ଼ ବିସର୍ଜନ କରାଯିବ।

Comment