ଓଡ଼ିଶାଲାଇଭ୍ ବ୍ୟୁରୋ

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭୁବନେଶ୍ବର ନିକଟସ୍ଥ ଫୁଲନଖରାର କୁରାଙ୍ଗଶାସନସ୍ଥିତ ଆମ୍ରପଲ୍ଲୀ ରିସର୍ଟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲଡ କନେକ୍ଟ ଅର୍ଗାନାଇଜେସନ ଓ ଆମ୍ରପଲ୍ଲୀ ଲାଇଫ୍ ଷ୍ଟାଇଲର ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରୁ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ଆମ୍ରପଲ୍ଲୀ ରିସର୍ଟର ମୁଖ୍ୟ ଅଶ୍ବିନୀ ମହାପାତ୍ର ଓ ଚିନ୍ମୟୀ ମହାପାତ୍ର ଉଦ୍‌ଘାଟନ କରିଥିଲେ।

ଏହି ଶିବିରକୁ କଟକ ରେଡକ୍ରସ୍ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଡାକ୍ତର ଉମାକାନ୍ତ ମହାନ୍ତି ଓ କର୍ମଚାରୀମାନେ ପରିଚାଳନା କରିଥିଲେ। ଶିବିରରେ ଆମ୍ରପଲ୍ଲୀ ହୋଟେଲର କର୍ମକର୍ତ୍ତା, ରିସର୍ଟର କିଛି ଗ୍ରାହକ, ନିକଟସ୍ଥ ଗ୍ରାମବାସୀମାନେ ରକ୍ତଦାନ ଶିବିରରେ ସାମିଲ ହେଇଥିଲେ।

ଏହି ଅବସରରେ ଅଶ୍ବିନ ମହାପାତ୍ର କହିଛନ୍ତି, “ରକ୍ତଦାନ ଏକ ମହତ ଦାନ। ପ୍ରତିବର୍ଷ ଆମ୍ରପଲ୍ଲୀ ରିସର୍ଟ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥାଏ। ନିକଟସ୍ଥ ଗ୍ରାମବାସୀମାନେ ରକ୍ତଦାନ ଶିବିରରେ ସାମିଲ୍ ହୋଇଥାନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମବାସୀଙ୍କ ରକ୍ତ ଆବଶ୍ୟକ ପଡ଼ିଲେ ସେତେବେଳେ ଆମେ ତାଙ୍କୁ ସାହାଯ୍ୟ କରିଥାଉ।”

LEAVE A REPLY

Please enter your comment!
Please enter your name here