ଓଡ଼ିଶାଲାଇଭ୍ ବ୍ୟୁରୋ

ଡିପ୍‌ ଡିପ୍ରେସନ୍‌ର ରୂପ ନେଉଛି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ। ଏହା ଘଣ୍ଟା ପ୍ରତି ୯ କି ମି ବେଗରେ ପଶ୍ଚିମବଙ୍ଗ ଉପର ଦେଇ ଗତି କରୁଛି। ଏହାର ପ୍ରଭାବରେ ଓଡ଼ିଶାରେ ବାତ୍ୟା ସୂଚନା ନଥିଲେ ମଧ୍ୟ ଆଗାମୀ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ହେବ ପ୍ରବଳ ବର୍ଷା। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ୬୫ କି ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ଘନୀଭୂତ ହୋଇଛି। ରବିବାର ଏହା ଲଘୁଚାପରେ ପରିଣତ ହେବା ପରେ ଡିପ୍‌ ଡିପ୍ରେସନର ରୂପ ନେଇ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ବାଲେଶ୍ବରଠାରୁ ୧୯୦ କି ମି ଏବଂ ପାରାଦୀପଠାରୁ ୩୦୦ କି ମି ଦୂରରେ ଏହା ରହିଛି। ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁରରେ ବର୍ଷା ହେବ। ପାରାଦୀପ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

 

LEAVE A REPLY

Please enter your comment!
Please enter your name here