ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଅ ପାଇଁ ଅଡ଼ୁଆରେ ପଡ଼ିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ପୁଅ ଜୟ ଶାହାଙ୍କ କମ୍ପାନିର ସମ୍ପତ୍ତି ଅହେତୁକ ବୃଦ୍ଧି ପାଇବା ସମ୍ପର୍କୀତ ଖବର ପ୍ରକାଶ ପାଇବା ପରେ ରାଜନୀତି ଜୋର୍ ଧରିଛି। ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଶାହାଙ୍କୁ ସମାଲୋଚନା କରାଯାଉଛି।
ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ ପୁଅଙ୍କ କମ୍ପାନିର ସମ୍ପତ୍ତି ଅସ୍ବାଭାବିକ ଭାବେ ବଢ଼ି ଚାଲିଛି ବୋଲି ଏକ ନ୍ୟୁଜ୍‌ ପୋର୍ଟାଲ ଦାବି କରିଛି। ଏହି ପୋର୍ଟାଲ ଉଲ୍ଲେଖ କରିଛି ଯେ, ୨୦୧୨-୧୩ ଏବଂ ୨୦୧୩-୧୪ରେ ଶହାଙ୍କ ଟେମ୍ପଲ ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ କ୍ଷତିରେ ଚାଲୁଥିଲା। ତେବେ ଏହି କମ୍ପାନିର କାରବାର ୨୦୧୪-୧୫ରେ ୮୦ କୋଟି ଟଙ୍କା ଟପିଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ କଂଗ୍ରେସ ବିଜେପିର ସ୍ବଚ୍ଛ ଶାସନ ଉପରେ ଆଙ୍ଗୁଳି ଉଠାଇଥିବା ବେଳେ ନ୍ୟୁଜ ପୋର୍ଟାଲ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛନ୍ତି ଜୟ ଶାହା। ତାଙ୍କ କାରବାରରେ କୌଣସି ଅନିୟମିତତା ନାହିଁ। ମୋତେ ଏବଂ ମୋ ପରିବାରକୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଜୟ କହିଛନ୍ତି। ଏହାକୁ ନେଇ କଂଗ୍ରେସ ଅମିତ ଶାହାଙ୍କୁ ଟାର୍ଗଟେ କରିଛି।
ରାହୁଲ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗଟେ କରିଛନ୍ତି। ଟ୍ବିଟର ମାଧ୍ୟମରେ ରାହୁଲ କହିଛନ୍ତି, “ମୋଦିଜୀ ଜୟ ଶାହା ବହୁତ ଖାଇ ଯାଇଛନ୍ତି। ଆପଣ ଚୌକିଦାର ଥିଲେ ନା ଭାଗିଦାର।”
ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବା ଲାଗି ଭାରତର ପ୍ରଧାନ ସେବକଙ୍କୁ ନିବେଦନ କରିଛନ୍ତି। ଏପଟେ ଓଡ଼ିଶାରେ ମଧ୍ୟ ରାଜନୈତିକ ଝଡ଼ କିଛି କମ୍ ନୁହେଁ। ବିଜେଡି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି, “ବିଜେପି ସରକାରରେ ଦୁର୍ନୀତି ନୀତି ହୋଇଛି। ଅମିତ ଶାହା ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ। ଏ ଦିଗରେ ପ୍ରଧାନମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର।”
ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଶାହାଙ୍କ ଉପରେ ବର୍ଷିଛନ୍ତି। ଗୋଟିଏ ବର୍ଷରେ ଅମିତ ଶାହାଙ୍କ ପୁଅ ତାଙ୍କ କାରବାରକୁ ୧୬ ହଜାର ଗୁଣ କେମିତି ବୃଦ୍ଧି କଲେ ତାକୁ ନେଇ ପ୍ରସାଦ ପ୍ରଶ୍ନ କରିଛନ୍ତି। ବିଜେପର ସ୍ବଚ୍ଛ ଶାସନର ଏହା ଏକ ନମୁନା ବୋଲି ସେ କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦଶୋଳୟ, ଆୟକର ବିଭାଗ ଏବଂ ସିବିଆଇ ଦ୍ବାରା ତଦନ୍ତ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

 

LEAVE A REPLY

Please enter your comment!
Please enter your name here