ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସପ୍ତାହରେ ବିଜେପୁର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ। ନିର୍ବାଚନ କମିଶନଙ୍କ ନିକଟକୁ ରାଜ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟଙ୍କ ରାୟର ଏକ କପି ପଠାଇଛନ୍ତି। ବିଜେପୁର ନିର୍ବାଚନ ସଂକ୍ରାନ୍ତୀୟ ମାମଲା ଆଗକୁ ଚାଲି ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ।  ହାଇକୋର୍ଟଙ୍କ କପି ପାଇବା ପରେ କମିଶନ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି କୁହାଯାଉଛି।

୨୦୧୪ ନିର୍ବାଚନ ଫଳାଫଳକୁ ନେଇ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପ୍ରସନ୍ନ ଆଚାର୍ଯ୍ୟ ସୁବଳ ସାହୁଙ୍କଠାରୁ ସ୍ବଳ୍ପ ଭୋଟରେ ପରାଜିତ ହୋଇଥିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ସୁବଳ ସାହୁଙ୍କ ଦେହାନ୍ତ ହୋଇ ଯିବାରୁ ହାଇକୋର୍ଟ ଏହି ମାମଲା ଆଗକୁ ଚାଲି ପାରିବ ନାହିଁ ବୋଲି ଗତ ୧୬ ତାରିଖରେ ରାୟ ଦେଇଥିଲେ। ଏହାପରେ ଉପ-ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଥିଲା।

ବିଜେପୁର ଉପ-ନିର୍ବାଚନ ପାଇଁ ୩ ରାଜନୈତିକ ଦଳ ଚାହିଁ ରହିଛନ୍ତି। ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ବିଜେଡି-ବିଜେପି ଗୋଟି ଚାଳନା ଆରମ୍ଭ କରିଛନ୍ତି। ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ବିଜେଡି ରାଜନୈତିକ ପାଣିପାଗକୁ ଉଷ୍ମ କରିଛନ୍ତି। ଏପଟେ ବିଜେପି ମଧ୍ୟ ବରପାଲ୍ଲିରେ ଶକ୍ତି ପ୍ରଦର୍ଶନ କରି ଲଢ଼େଇ କରିବା ମୁଡରେ ରହିଛି।

 

LEAVE A REPLY

Please enter your comment!
Please enter your name here