ଓଡ଼ିଶାଲାଇଭ୍‍ ବ୍ୟୁରୋ

ଚେନ୍ନାଇସ୍ଥିତ ଓଡ଼ିଆ ସିନେନିର୍ମାତା ବିଶ୍ୱନାଥ ରଥଙ୍କ ଦ୍ୱାରା ନିର୍ମିତ ଚାରୋଟି କ୍ଷୁଦ୍ର ଚଳଚ୍ଚିତ୍ର ଓ ମ୍ୟୁଜିକ୍ ଭିଡିଓ ୟୁକେଠାରେ ଅନୁଷ୍ଠିତ କାରଚିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଏହି ଫେଷ୍ଟିଭାଲ ଚଳିତ ବର୍ଷ ଅକ୍ଟୋବର ମାସ ୨୭ରୁ ୨୯ ତାରିଖ ଯାଏଁ ଅନୁଷ୍ଠିତ ହୋ‍ଇଥିଲା।
ରଥଙ୍କ ନିର୍ମିତ ତାମିଲ ମ୍ୟୁଜିକ୍ ଭିଡିଓ ‘ନମ୍ମ ଚେନ୍ନାଇ ଚାନ୍ସ ଇଲା’, ଇଂରାଜୀ ବୃତ୍ତଚିତ୍ର ‘ଏ ଜିରୋ ଟୁ ଭିରେ କୋଲାବୋରେଟିସ୍ ଅପ୍ରୋଚ୍’, ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘କରଭଲା’ ଓ ନୀରବ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ରାଇଟ୍ ଗ୍ଲାସ୍’ ଏହି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ଏଥିସହିତ ରଥଙ୍କ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ସର୍ବମୋଟ୍ ୧୦୩ଟି ଫେଷ୍ଟିଭାଲରେ ସ୍ଥାନ ପାଇଛି, ଯାହାମଧ୍ୟରୁ ୭୬ଟି ଫେଷ୍ଟିଭାଲ୍ ଭାରତ ବାହାରେ ଅନୁଷ୍ଠିତ ହୋଇଯାଇଛି।
ରଥଙ୍କ ଦ୍ୱାରା ନିର୍ମିତ ସମସ୍ତ ଚଳଚ୍ଚିତ୍ର ବିଏନ୍ଆର୍ ବ୍ୟାନରରେ ନିର୍ମିତ ହୋଇଛି। ଏନେଇ ରଥ କୁହନ୍ତି, ‘ଆମେ ଯେତେବେଳେ ପ୍ରଥମ ସିନେମା ତିଆରି କରିଲୁ, କୌଣସି ଫିଲ୍ମ ଫେଷ୍ଟିଭାଲ୍ ବିଷୟରେ ଜାଣିନଥିଲୁ। ଆମର ଲକ୍ଷ୍ୟ ଥିଲା କାହାଣୀକୁ ହୃଦୟଗ୍ରାହୀ କରି ଉପସ୍ଥାପନ କରିବା, ଯାହା ଦର୍ଶକଙ୍କ ମନକୁ ଛୁଇଁପାରିବ।
ତାଙ୍କ ନିର୍ମିତ ମ୍ୟଜିକ୍ ଭିଡିଓ ‘ନମ୍ମ ଚେନ୍ନାଇ ଚାନ୍ସ ଇଲା’ରେ ଚେନ୍ନାଇର ସଂସ୍କୃତି ଓ ଲୋକଙ୍କ କଥା ଉପସ୍ଥାପନ କରାଯାଇଛି। ସେହିପରି ବାଳଶ୍ରମିକ ବିରୁଦ୍ଧରେ ହୋଇଥିବା ତାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ରାଇଟ୍ ଗ୍ଲାସ୍’ ମଧ୍ୟ ପୂର୍ବରୁ ଦୁଇଟି ପୁରସ୍କାର ହାତେଇବା ସହିତ ୪୨ଟି ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି।
୨୦୧୩ରେ ନିର୍ମିତ ରଥଙ୍କର ପ୍ରଥମ ସିନେମା ‘କର ଭଲା’ ପ୍ରଥମେ ଦିଲ୍ଳୀ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ପରେ ପରେ ଏହା ମଧ୍ୟ ୨ଟି ପୁରସ୍କାର ହାତେଇବା ସହିତ ପ୍ରାୟ ୩୧ଟି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।

Comment