ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବୋ ଭି କ୍ୟା ଦିନ୍‌ ଥେ ୟାର’, ଫ୍ରେଣ୍ଡସିପ୍‌ ଡେ’ ରେ ଏଭଳି ଏକ ହିନ୍ଦୀ ମ୍ୟୁଜିକ ଭିଡିଓ ଆଣିଛନ୍ତି ଜୟପୁରର ବିଶ୍ୱନାଥ ରଥ। ବନ୍ଧୁତା, ପିଲାଦିନ, ସ୍କୁଲ ଓ କଲେଜ ସମୟରୁ ସ୍ମୃତିକୁ ନେଇ ପ୍ରସ୍ତୁତ ଏହି ମ୍ୟୁଜିକ ଭିଡିଓକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ।

ସବୁଠୁ ଖାସ କଥା ଏହି ମ୍ୟୁଜିକ ଭିଡିଓରେ କେତୋଟି ଫଟୋ ବ୍ୟବହାର ହୋଇଛି। ଏହି ଫଟୋ ଗୁଗଲରୁ ନିଆଯାଇ ନାହିଁ ବରଂ ସାଙ୍ଗସାଥୀଙ୍କ ସହ ମସ୍ତି ସମୟର କିଛି ବାସ୍ତବ ଫଟୋ ସାଧାରଣ ଲୋକ ତାଙ୍କ ତରଫରୁ ପଠାଇଛନ୍ତି।

ଏହି ମ୍ୟୁଜିକ୍ ଭିଡିଓ ରୁଦ୍ର ଶଙ୍କର ପଟ୍ଟନାୟକ, ଅର୍ପିତା ଦେବତା, ଜ୍ୟୋତି ପ୍ରକାଶ ଦାସ, ବଙ୍କିମ୍ ପଟେଲ ଏବଂ ବିଶ୍ୱନାଥ ରଥଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଯୁବ ତଥା ଦକ୍ଷ ଗାୟକ ବଙ୍କିମ୍ ପଟେଲ ଏହି ସଙ୍ଗୀତ ରଚନା କରିଛନ୍ତି ଏବଂ ଏହି ଗୀତଟିକୁ ପରିବେଷଣ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥ ମ୍ୟୁଜିକ୍ ଭିଡିଓ ନିର୍ଦ୍ଦେଶନା ଦେଇଛନ୍ତି। ‘ବୋ ଭି କ୍ୟା ଦିନ୍‌ ଥେ ୟାର’ ମ୍ୟୁଜିକ୍ ଭିଡିଓ ଅଗଷ୍ଟ୨ରେ ବଙ୍କିମ୍ ପଟେଲଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍’ରେ ଲଞ୍ଚ ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମ୍ୟୁଜିକ ଭିଡିଓ ପାଇଁ ନିର୍ମାତାଙ୍କୁ ବାହାରକୁ ଯିବାକୁ ପଡ଼ିନି। ବତ୍ତର୍ମାନ କରୋନା ମହାମାରୀ ରହିଥିବାରୁ କିଛି ଫଟୋକୁ ନେଇ ଏହି ମ୍ୟୁଜିକ ଭିଡିଓ ପ୍ରସ୍ତୁତ ହୋଇଛି।

Comment