ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମଥର ପାଇଁ ପରଦାରେ ଦର୍ଶକ ଦେଖିବେ ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଏବଂ ବଲିଉଡ ଡିଭା ଶ୍ରଦ୍ଧା କପୁରଙ୍କ ଯୋଡ଼ି। ୨୦୧୯ ବର୍ଷର ବହୁ ପ୍ରତିକ୍ଷୀତ ‘ଛିଛୋରେ’ ଫିଲ୍ମରେ ଏହି ଦୁଇଜଣ ଅଭିନୟ କରୁଛନ୍ତି। ଆସନ୍ତା ଅଗଷ୍ଟ ୪ ଅର୍ଥାତ୍‌ ଫ୍ରେଣ୍ଡସିପ ଡେ’ରେ ‘ଛିଛୋରେ’ ଫିଲ୍ମର ଟ୍ରେଲର ରିଲିଜ ହେବ। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି।

ସୁପରହିଟ୍‌ ‘ଦଙ୍ଗଲ’ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ‘ଛିଛୋରେ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଭାରତରେ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ‘ଦଙ୍ଗଲ’ ହେଉଛି ଅନ୍ୟତମ ଫିଲ୍ମ। ତେବେ ଏଥିରେ ଛିଛୋରେ ଫିଲ୍ମରେ ମଧ୍ୟ ସେହି ଭଳି ଏକ ବଳିଷ୍ଠ କାହାଣୀ ଥିବା ନେଇ ଦର୍ଶକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଏପର୍ଯ୍ୟନ୍ତ ଫିଲ୍ମ ‘ଛିଛୋରେ’ର କାହାଣୀ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ତେବେ ଏହି ଫିଲ୍ମ ତିନି ଜଣ ସାଙ୍ଗର କାହାଣୀକୁ ନେଇ ଥିବା ଜଣାପଡ଼ିଛି। ସୁଶାନ୍ତା ଓ ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଫିଲ୍ମରେ ବରୁଣ ଶର୍ମା, ପ୍ରତିକ ବାବର, ତହିର ବାସିନ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ନାଦିୟାୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ ପକ୍ଷରୁ ନିର୍ମାଣ କରାଯାଇଛି। ଆସନ୍ତା ଅଗଷ୍ଟ ୩୦ ରେ ଏହି ଫିଲ୍ମ ‘ଛିଛୋରେ’ ରିଲିଜ ହେବ।

Comment