ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତ୍ୟେକଙ୍କ ଜୀବନରେ ବନ୍ଧୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁଖ ଦୁଃଖ ସବୁଥିରେ ସାଙ୍ଗ ହିଁ ସାଥୀରେ ଥା‘ନ୍ତି। ଏହି ବନ୍ଧୁତାକୁ ଆହୁରି ଖାସ୍‌ କରିବା ପାଇଁ ଦେଶବ୍ୟାପି ଏବେ ଫ୍ରେଣ୍ଡସିପ୍‌ ଡେ’ ପାଳନ ହେଉଛି। ଚଳିତ ବର୍ଷ ଏହି ଖାସ୍‌ ଦିନଟି ଅଗଷ୍ଟ ୪ ଅର୍ଥାତ ଆସନ୍ତାକାଲି। ଆପଣ ବି ଯଦି ଫ୍ରେଣ୍ଡସିପ୍‌ ଡେରେ ସାଙ୍ଗକୁ କିଛି ଉପହାର ଦେବାକୁ ଚାହୁଁଛନ୍ତି ଏହି ୪ ଟି ଉପହାର ଦିଅନ୍ତୁ ଆଉ ନିଜ ବନ୍ଧୁତାକୁ ଆହୁରି ସୁଦୃଢ଼ କରନ୍ତୁ।

ହାତ ତିଆରି ଉପହାର

ଫ୍ରେଣ୍ଡସିପ୍‌ ଡେ’ରେ ଆପଣ ଆପଣଙ୍କ ସାଙ୍ଗକୁ ହାତ ତିଆରି କାର୍ଡ ଉପହାର ଦେଇପାରିବେ। ଏହି କାର୍ଡରେ ଆପାଣ ଆପଣଙ୍କ ଭାବନା ମଧ୍ୟ ଲେଖିପାରିବେ। ହାତ ତିଆରି ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ମଧ୍ୟ ଉପହାର ଭାବେ ଦେଇପାରିବେ।

ସାଙ୍ଗଙ୍କ ସହ ନିଜର ଫଟୋ

ଏହି ଦିନ ଆପଣ ସାଙ୍ଗଙ୍କ ନିଜ ଫଟୋ ମଧ୍ୟ ଉପହାର ଦେଇପାରିବେ। ସାଙ୍ଗଙ୍କ ସହ ଥିବା ସମସ୍ତ ଫଟୋକୁ ଏକ ଆଲବମ୍‌ରେ ରଖି ଏହାକୁ ଗିଫ୍ଟ କରିପାରିବେ।

ଗୋଟିଏ ପ୍ରକାର ଡ୍ରେସ

ଏହି ଫ୍ରେଣ୍ଡସିପ୍‌ ଡେ’ରେ ଆପଣ ଏକ ଭଳି ଡ୍ରେସ କିଣି ସାଙ୍ଗକୁ ଦେଇପାରିବେ। ଆଜିକାଲି ଅନଲାଇନରେ ଏହି ସୁବିଧା ସହଜରେ ମିଳିପାରିଛି।

ପରଫ୍ୟୁମ

ଆପଣ ଆପଣଙ୍କ ସାଙ୍ଗର ପ୍ରିୟ ପରଫ୍ୟୁମ ଗିଫ୍ଟ କରିପାରିବେ। ଏଥିସହ ଆପଣ ଆପଣଙ୍କ ସାଙ୍ଗଙ୍କ ମନପସନ୍ଦର ଜିନିଷ ମଧ୍ୟ ଗିଫ୍ଟ ଦେଇପାରିବେ।

Comment