ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହାଯାଏ କି ନିଃସଙ୍ଗ ଜୀବନ ଭାରି କଷ୍ଟ। ଜୀବନକୁ ସହଜ କରିବା ପାଇଁ ପ୍ରତ୍ୟେକଙ୍କୁ ଜଣେ ଉତ୍ତମ ବନ୍ଧୁର ଆବଶ୍ୟକତା ଥାଏ। ପ୍ରାୟତଃ ସମସ୍ତଙ୍କ ଜୀବନରେ କେହି ଜଣେ ଏମିତି ବନ୍ଧୁ ଥା’ନ୍ତି ଯାହାକୁ ସବୁ କଥା କହିହୁଏ। ନିଜ ଦୁଃଖ ସୁଖ ବାଣ୍ଟି ହୋଇଥାଏ। ଏହି ବନ୍ଧୁତାକୁ ଆଉ ଟିକେ ସୁଦୃଢ଼ କରିବା ପାଇଁ ଏବେ ଫ୍ରେଣ୍ଡସିପ୍ ଡେ’ ବା ବନ୍ଧୁତା ଦିବସ ପାଳନ ହେଉଛି।

ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ’ ବା ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥାଏ। ଏଥର ଏହି ଖାସ ଦିନଟି ଅଗଷ୍ଟ ୪ରେ ପଡ଼ୁଛି। ଏହି ଦିନକୁ ଆହୁରି ସ୍ପେଶାଲ କରିବା ପାଇଁ ଏବେଠୁ ଅନେକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି।

୧୯୩୫ରୁ ଆମେରିକାରୁ ଆରମ୍ଭ ହୋଇଥିବା ଏହି ବିଶେଷ ଦିନଟି ଅନେକ ଜାଗାରେ ପାଳନ ହେଉଛି।

ଏଥର ଆପଣ ଏହି ଦିନକୁ କେମିତି ଖାସ କରିବେ ଆଉ ନିଜକୁ ବନ୍ଧୁଙ୍କୁ ଖାସ ଅନୁଭବ କରାଇବେ ସେଥିପାଇଁ ଆମେ ଆପଣଙ୍କୁ କହୁଛୁ କିଛି ଟିପ୍ସ…

  • ଫ୍ରେଣ୍ଡସିପ୍‌ ଡେ ଅବସରରେ ଆପଣ ଆପଣଙ୍କ ବନ୍ଧୁଙ୍କୁ ସ୍ପେଶାଲ ମେସେଜ, ବା ଶାୟରୀ ଲେଖି ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଇ ପାରିବେ।
  • ଆପଣ ଆପଣଙ୍କୁ ସାଙ୍ଗକୁ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ଦେଇ ନିଜ ବନ୍ଧୁତାକୁ ସୁଦୃଢ଼ କରି ପାରିବେ।
  • ଏହି ଅବସରରେ ଆପଣ ବନ୍ଧୁଙ୍କୁ ଗ୍ରିଟିଙ୍ଗ୍‌ କାର୍ଡ ଦେଇପାରିବେ।
  • ସାଙ୍ଗକୁ ତାଙ୍କ ମନ ପସନ୍ଦର ଉପହାର ଦେଇପାରିବେ।
  • ଆପଣ ବନ୍ଧୁତ୍ୱ ଉପରେ ଏକ ପୋଷ୍ଟର ମଧ୍ୟ ପ୍ରସ୍ତୁତ କରିପାରନ୍ତି। ଆପଣ ନିଜର ସାଙ୍ଗମାନଙ୍କର ନାଆଁ ପେଣ୍ଟିଂ କରିପାରନ୍ତି। ଏହା ଦେଖି ସାଙ୍ଗମାନେ ନିଶ୍ଚିତ ଖୁସି ହେବେ। ବନ୍ଧୁତ୍ୱ ଦିବସର ପ୍ରତ୍ୟେକ ସ୍ମୃତିକୁ ମନେ ରଖିବା ପାଇଁ ଭଲ କ୍ୟାମେରା ରଖିପାରିବେ।

Comment