(ପୁଷ୍ପାରାଣୀ ପରିଡ଼ା)

ଆସନ୍ତୁ ଜାଣିବା ଆବଶ୍ୟକ ବେଳେ ପୋଲିସରେ ଏତାଲା ଦେବେ କିପରି?

୧. କୌଣସି ଅପରାଧ ବିଷୟରେ ପୋଲିସକୁ ଦିଆଯାଇଥିବା ପ୍ରଥମ ସୂଚନାକୁ ଏଫ.ଆଇ.ଆର. କୁହାଯାଏ।

୨. ଏଫ.ଆଇ.ଆର. ଦେବା ପାଇଁ ପ୍ରଥମେ ଅପରାଧ ଘଟିଥିବା ଅଞ୍ଚଳର ନିକଟସ୍ଥ ପୋଲିସ ଥାନାକୁ ଯାଆନ୍ତୁ।

୩. ଆପଣଙ୍କ ସହିତ ଘଟିଥିବା ଘଟଣାକୁ ଗୋଟିଏ ସାଧାର କାଗଜରେ ଲେଖି ଉପସ୍ଥିତ ଅଫିସରଙ୍କୁ ଦିଅନ୍ତୁ।

୪. ଯଦି ଆପଣ ନିଜେ ଲେଖିବାକୁ ଅସମର୍ଥ ତେବେ ଘଟଣା ବିଷୟରେ ବିସ୍ତୃତ ଭାବରେ ଥାନା ଅଧିକାରୀଙ୍କୁ ଜଣାନ୍ତୁ।

୫. ଥାନା ଅଧିକାରୀ ଏହାକୁ ଲେଖିବା ପରେ ଏହାକୁ ଗୋଟିଏ କାଗଜରେ ଲେଖିବା ପରେ ଆପଣଙ୍କୁ ପଢ଼ି ଶୁଣାଇବେ।

୬. ଏଥିରେ ଏକମତ ହେବା ପରେ ଦସ୍ତଖତ ବା ଟିପଚିହ୍ନ ଦିଅନ୍ତୁ।

୭. କୌଣସି ଘଟଣା ବିଷୟରେ ଆପଣ ଫୋନ୍ ଦ୍ୱାରା ମଧ୍ୟ ପୋଲିସକୁ ସୂଚନା ଦେଇପାରିବେ । କିନ୍ତୁ ପରେ ପରେ ଆପଣ  ଥାନାକୁ ଯାଇ କହିଥିବା ଅଭିଯୋଗକୁ ପଞ୍ଜୀକରଣ କରିବାକୁ ପଡ଼ିବ।

୮. ଏଫ.ଆଇ.ଆର. ଦେବା ପରେ ଏହାକୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ।

୯. ଏଫ.ଆଇ.ଆର. ପଞ୍ଜୀକରଣ ହେବା ପରେ ଏହାର ଏକ ନକଲ ମାଗଣାରେ ଥାନାରୁ ନେଇପାରିବେ। ଏହା ଆପଣଙ୍କର ଅଧିକାର।

୧୦. ମହିଳାମାନେ ରାଜ୍ୟର ଯେ କୌଣସି ଥାନାରେ ଅପରାଧ ବିଷୟରେ ଅଭିଯୋଗ କରିପାରିବେ। ଯାହାକି ପରବର୍ତ୍ତୀ ସମୟରେ ଘଟଣା ଘଟିଥିବା ପୋଲିସ ଥାନାକୁ ସ୍ଥାନାନ୍ତର କରାଯିବ।

Comment