ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ପରେ ଏବେ ବଲାଙ୍ଗୀର ଜିଲ୍ଲାରେ ଜୀବନ ହାରିଛନ୍ତି ଚାଷୀ। ଅଢ଼େଇ ଏକର ଧାନ ଚାଷକୁ ପୋକ ନଷ୍ଟ କରିଦେବାରୁ ଚାଷୀ କୀଟନାଶକ ପିଇଛନ୍ତି।
ଚାଷୀ ଆତ୍ମହତ୍ୟା ଓ ଚକଡ଼ା ପୋକକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି। ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ-କେନ୍ଦ୍ର ମଧ୍ୟରେ ଚାଲିଥିବା ଆକ୍ଷେପ ପ୍ରତ୍ୟାକ୍ଷେପ ଥମି ନଥିବା ବେଳେ ଆଜି ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି। ଅଢ଼େଇ ଏକର ଧାନ ଚାଷ ପୋକ ଖାଇଦେବାରୁ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ସିମୁଳିଆ ଗାଁର ଚାଷୀ ରାଧାକାନ୍ତ ସୁନା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।
୪ ଏକର ଜମିରେ ଚାଷୀ ରାଧାକାନ୍ତ କରିଥିଲେ ଧାନଚାଷ। ସେଥିରୁ ଅଢ଼େଇ ଏକର ପୋକ ଖାଇ ଦେଇଥିବା ବେଳେ ଆଉ ଅଢ଼େଇ ଏକର ମରୁଡ଼ି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଧାର ଉଦ୍ଧାର କରି ରାଧାକାନ୍ତ ଚାଷ କରିଥିଲେ। ହେଲେ ଫସଲ ନଷ୍ଟ ହେବା ଦୁଃଖରେ ଏବଂ ଋଣ ସୁଝିବା ଚିନ୍ତାରେ ରାଧାକାନ୍ତ କୀଟନାଶକ ପିଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।
୧୨ ତାରିଖରେ ରାଧାକାନ୍ତ କୀଟନାଶକ ପିଇବା ପରେ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।








ବରଗଡ଼ ପରେ ଏବେ ବଲାଙ୍ଗୀର ଜିଲ୍ଲାରେ ଜୀବନ ହାରିଛନ୍ତି ଚାଷୀ। ଅଢ଼େଇ ଏକର ଧାନ ଚାଷକୁ ପୋକ ନଷ୍ଟ କରିଦେବାରୁ ଚାଷୀ କୀଟନାଶକ ପିଇଛନ୍ତି।









