ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ନୟନ ମଙ୍ଗିଆଙ୍କ ରେକର୍ଡ ଭାଙ୍ଗିଛନ୍ତି ତାଙ୍କ ପୁଅ ମୋହିତ ମଙ୍ଗିଆ। ଅଣ୍ଡର-୧୯ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନୟନଙ୍କ ସ୍କୋରକୁ ପଛରେ ପକାଇଛନ୍ତି ମୋହିତ।

କେରଳର ଆଲାପୂଜାଠାରେ ଅନୁଷ୍ଠିତ ହୋଇଥିଲା କୁଚବିହାର ଟ୍ରଫି। ଅଣ୍ଡର-୧୯ ଟିମ୍‌ର ଖେଳାଳିଙ୍କୁ ନେଇ ଏହି ମ୍ୟାଚ ହୋଇଥିଲା। ନୟନ ମଙ୍ଗିଆଙ୍କ ପୁଅ ମୋହିତ ବରଦା ଅଣ୍ଡର-୧୯ କ୍ରିକେଟ ଟିମ୍‌ର ଅଧିନାୟକର ଦାୟିତ୍ବ ନେଇ ବିପକ୍ଷ ମୁମ୍ବାଇ ଟିମ୍‌କୁ ଝଟକା ଦେଇଥିଲେ।

ମୁମ୍ବାଇ ବିପକ୍ଷ ମ୍ୟାଚରେ ମୋହିତ ୨୬୬ ବଲ୍‌ରେ ୨୬୦ ରନ୍‌ ସଂଗ୍ରହ କରିଛନ୍ତି। ୨୮ଟି ଚୌକା ଓ ୯ଟି ଛକା ମାରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ନୟନ ମଙ୍ଗିଆ ୧୯୮୮ ମସିହାରେ ଅଣ୍ଡର ୧୯ ମ୍ୟାଚ୍‌ରେ ୨୨୪ ରନ୍ କରିଥିଲେ।

“ଏହା ହେଉଛି ମୋ କ୍ୟାରିଅରର ସବୁଠୁ ବଡ଼ ଇନିଂସ୍। ମୁଁ ଅଣ୍ଡର ୧୯ ଟିମ୍‌ରେ ଓ୍ବାର୍ଲଡ କପ୍‌ ଖେଳିବି ବୋଲି ଆଶାବାଦୀ ଅଛି। ଆଗାମୀ ଦିନରେ ଏଥିରେ ମଧ୍ୟ ସଫଳତା ହାସଲ କରିବି।”

ନୟନ ମଙ୍ଗିଆ ଭାରତୀୟ କ୍ରିକେଟ୍ ଦଳର ସଫଳ ଓ୍ବିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ ଭାବେ ବେଶ୍ ଜଣାଶୁଣା।

 

 

Comment