ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୁଞ୍ଚିଲା ଆଧାର ଲିଙ୍କର ଡେଡଲାଇନ୍‌। କରଦାତା ଏବଂ ଗ୍ରାହକଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଧାର ଏବଂ ପ୍ୟାନ୍‌ ନମ୍ବର ଲିଙ୍କ୍‌ର ଶେଷ ତାରିଖକୁ ୩ ମାସ ବଢ଼ାଇ ଦେଇଛନ୍ତି। ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କରଦାତା ଏବଂ ସମସ୍ତ ଗ୍ରାହକ ବ୍ୟାଙ୍କ୍‌ ଆକାଉଣ୍ଟରେ ଆଧାର ଏବଂ ପ୍ୟାନ୍‌ କାର୍ଡ ସଂଯୋଗ କରିବାକୁ କୁହାଯାଇଛି। ସରକାର ଆଧାର ଲିଙ୍କ୍‌ର ଶେଷ ତାରିଖ ଡିସେମ୍ବର ୩୧କୁ ଧାର୍ଯ୍ୟ କରିଥିଲେ।

ଇନ୍‌କମ୍‌ ଟାକ୍ସ ଆକ୍ଟ ର ଧାରା ୧୩୯ ଏଏ ଅନୁଯାୟୀ ସମସ୍ତ ଗ୍ରାହକ ନିଜ ପ୍ୟାନ୍ ନମ୍ବର ଏବଂ ଆଧାର ନମ୍ବର ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରିଥିଲେ। ପ୍ରଥମେ ୨୦୧୭ ଅଗଷ୍ଟ ୩୧କୁ ଡେଡଲାଇନ୍ ରଖାଯାଇଥିଲା। ହେଲେ ଆଧାର ଲିଙ୍କ୍ ପ୍ରକ୍ରିୟାରେ ଅସୁବିଧା ଉପୁଜିବା ଯୋଗୁ କେନ୍ଦ୍ର ସରକାର ଡିସେମ୍ବର ୩୧କୁ ଅବଧି ବୃଦ୍ଧି କରିଥିଲେ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆଧାର ଲିଙ୍କ୍‌ ପାଇଁ ସରକାର ଯେଉଁ ଅବଧି ରଖିଥିଲେ ସେହି ସମୟ ଭିତରେ ଦେଶର ବହୁ କରଦାତା ସେମାନଙ୍କ ଆଧାର ଲିଙ୍କ୍‌ ସଂଯୋଗ କରି ନାହାନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଆଧାର ଲିଙ୍କ୍‌ ଅବଧିକୁ ବଢ଼ାଇଛନ୍ତି।

Comment