ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ ବର୍ଷ ପରେ କଂଗ୍ରେସରେ ଆରମ୍ଭ ହୋଇଛି ରାହୁଲ ଯୁଗ। ମାଆ ସୋନିଆଙ୍କ ପରେ କଂଗ୍ରେସ ଅଧ୍ୟକ୍ଷ ହୋଇଛନ୍ତି ରାହୁଲ ଗାନ୍ଧି। ଏହାକୁ ନେଇ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ପାର୍ଟି ଅଫିସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ଉପାଧ୍ୟକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ହୋଇଛନ୍ତି ରାହୁଲ ଗାନ୍ଧି। ସଭାପତି ପଦ ପାଇଁ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରି ନଥିବାରୁ ରାହୁଲଙ୍କୁ ଅଧ୍ୟକ୍ଷ ଘୋଷଣା କରାଯାଇଛି। ନିର୍ବାଚନ ଅଧିକାରୀ ଏମ୍‌ ରାମଚନ୍ଦ୍ରନ୍ ଏହା ଘୋଷଣା କରିଛନ୍ତି।

୧୯ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ହୋଇଛନ୍ତି। ୧୯୯୮ରୁ ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷା ରହିଥିଲେ। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ରାହୁଲଙ୍କ ବ୍ୟତୀତ କୌଣସି ପ୍ରାର୍ଥୀ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ନକରିବାରୁ ଅପରାହ୍ନରେ ୩ଟାରେ ରାହୁଲ କଂଗ୍ରେସର ଅଧ୍ୟକ୍ଷ ହେଲେ ବୋଲି ଘୋଷଣା କରାଯାଇଛି।

ରାହୁଲଙ୍କ ନାଁ ଘୋଷଣା ହେବା ପରେ ନୂଆଦିଲ୍ଲୀସ୍ଥିତ ପାର୍ଟି ଅଫିସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କର୍ମକର୍ତ୍ତାମାନେ ବାଜା ବଜାଇ ନାଚୁଛନ୍ତି। ପରସ୍ପର ପରସ୍ପରକୁ ମିଠା ଖୁଆଇ ରାହୁଲ ଗାନ୍ଧି ଜିନ୍ଦାବାଦ ସ୍ଲୋଗାନ ଦେଉଛନ୍ତି।

ଡିସେମ୍ବର ୪ରେ ରାହୁଲ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଡିସେମ୍ବର ୧୭ରେ କଂଗ୍ରେସ ସାଂସଦ ଏବଂ ନେତାଙ୍କ ପାଇଁ ରାହୁଲ ଡିନର ପାର୍ଟିର ଆୟୋଜନ କରିଛନ୍ତି।

Comment