ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲ ଗାନ୍ଧି ଧରିଛନ୍ତି କଂଗ୍ରେସର ମଙ୍ଗ। ଏହାକୁ ନେଇ ଦେଶ ତମାମ୍ କଂଗ୍ରେସ କର୍ମକର୍ତ୍ତାଙ୍କ ମନରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଏପଟେ ଓଡ଼ିଶା କଂଗ୍ରେସ ନେତା ବି ରାହୁଲଙ୍କୁ ସ୍ବାଗତ କରିଛନ୍ତି। କିଛିଦିନ ଧରି ନିରାଶାଭାବ ଦେଖା ଦେଇଥିବା ଓଡ଼ିଶା କଂଗ୍ରେସ ଭବନରେ ବି ଉତ୍ସବ ପାଳନ ହୋଇଛି।

ବାଜା ବଜାଇ ବାଣଫୁଟାଇ କଂଗ୍ରେସ ନେତାମାନେ ଖୁସି ମନାଇଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଶରତ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କ ସମେତ ଯୁବ କଂଗ୍ରେସର ବହୁ ନେତା ବାଜାର ତାଳେତାଳେ ନାଚିଛନ୍ତି। ପିସିସି ସଭାପତି ମିଠା ବାଣ୍ଟି ଖୁସି ଜାହିର କରିଛନ୍ତି। ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ଆହୁରି ମଜବୁତ ହେବ ବୋଲି ଆଶା କରିଛନ୍ତି।

ପ୍ରସାଦ ହରିଚନ୍ଦନ କହିଛନ୍ତି, “ରାହୁଲଙ୍କ ନେତୃତ୍ବରେ କଂଗ୍ରେସରେ ନୂତନ ଯୁଗର ଅୟମାରମ୍ଭ ହୋଇଛି। ୨୦୧୯ରେ କଂଗ୍ରେସ କେନ୍ଦ୍ରରେ ଏବଂ ଓଡ଼ିଶାରେ କ୍ଷମତାକୁ ଫେରିବ।”

Comment