ଓଡ଼ିଶାଲାଇଭ୍ ବ୍ୟୁରୋ

କେମିତି ହୋଇଥିବ ଅନୁଷ୍କା ଶର୍ମାଙ୍କ ଶାଶୂଘର। ବିରାଟ କୋହଲିଙ୍କ ଛଡ଼ା ଆଉ କାହାକୁ ନେଇ ଅନୁଷ୍କା ଆରମ୍ଭ କରିବେ ତାଙ୍କ ନୂଆ ଜୀବନ। ଏଭଳି ଚର୍ଚ୍ଚା ଏବେ ଅନୁଷ୍କା ଫ୍ୟାନ୍‌ଙ୍କ ମହଲରେ ଚାଲିଛି।

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ବୋହୂ ସାଜି ଦିଲ୍ଲୀ ଯାଇଛନ୍ତି। ଅଜୟ କୁମାର ଶର୍ମା ଏବଂ ଅସୀମା ଶର୍ମାଙ୍କର ଏକମାତ୍ର ଝିଅ ଅନୁଷ୍କା ପିଲାବେଳୁ ଅତି ଗେହ୍ଲା ହୋଇଥିବାରୁ ତାଙ୍କ ଶାଶୂଘର କେମିତି ହୋଇଥିବ ତାକୁ ନେଇ ଅନୁଷ୍କାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।

କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ବାହା ହୋଇ ସାତ ଜନ୍ମର ସାଥୀ ପାଲଟିଛନ୍ତି। ସ୍ୱାମୀ ବିରାଟ କୋହଲି ଟିମ୍‌ ଇଣ୍ଡିଆର ଅଧିନାୟକ। ସେ ପଡ଼ିଆରେ ଛିଡ଼ା ହେଲେ ହୁଏ ରନ୍‌ ବର୍ଷା। ହେଲେ ବିରାଟଙ୍କୁ ଛାଡ଼ିଦେଲେ ଶଶୂଘରେ ଆଉ କିଏ ଅଛନ୍ତି ଏବଂ ସେମାନେ କଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

ବିରାଟଙ୍କ ବାପା ଅର୍ଥାତ୍ ଅନୁଷ୍କାଙ୍କ ଶ୍ୱଶୁର ପ୍ରେମନାଥ କୋହଲିଙ୍କ ଦେହାନ୍ତ ହୋଇଯାଇଛି। ଏବେ ଶଶୁ, ଦେଡ଼ଶୁର, ଜା, ନଣନ୍ଦ, ନଣନ୍ଦେଇ, ପୁତୁରା ଏବଂ ଭଣଜାଙ୍କୁ ନେଇ ଅନୁଷ୍କା ତାଙ୍କ ନୂଆ ଜୀବନ ଆରମ୍ଭ କରିବେ।

ଅନୁଷ୍କାଙ୍କ ଶାଶୁ ସରୋଜା କୋହଲି ଏବଂ ବଡ଼ ଜା ଚେତନା କୋହଲି ହେଉଛନ୍ତି ଗୃହିଣୀ। ଦେଡ଼ଶୁର ବିକାଶ କୋହଲି ଜଣେ ପ୍ରତିଷ୍ଠିତ ବିଜିନେସ୍‌ମ୍ୟାନ୍ ଭାବେ ଜଣାଶୁଣା। ନଣନ୍ଦ ଭାବନା କୋହଲି ଢିଗରା ସ୍କୁଲ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥିବା ବେଳେ ନଣନ୍ଦେଇ ସଞ୍ଜୟ ଢିଗରା ବି ଜଣେ ବିଜିନେସ୍‌ମ୍ୟାନ୍।

ଅନୁଷ୍କାଙ୍କ ଶଶୂଘର ଲୋକେ ଦିଲ୍ଲୀରେ ରହୁଛନ୍ତି। ଦିଲ୍ଲୀର ମୀରାବାଗ୍‌ ଅଞ୍ଚଳରେ ବିରାଟ ତାଙ୍କ ଘର ଲୋକଙ୍କ ସହ ରହୁଥିଲେ। ହେଲେ ୨୦୧୫ ପରେ ବିରାଟ ପଞ୍ଜାବ ବାଗ୍‌ସ୍ଥିତ ଘରେ ରହୁଛନ୍ତି।

Comment