ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦ୍ୱାଦଶ ଯାଏଁ ପାଠ ପଢ଼ିଛନ୍ତି ବିରାଟ
  • ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଅନୁଷ୍କା
  • ପାଠ ସହ ମଡେଲିଂ ଉପରେ ଦେଉଥିଲେ ଫୋକସ୍‌

ମୁମ୍ବାଇରେ ଆରମ୍ଭ ହୋଇଛି ବିରାଟ-ଅନୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌। ହୋଟେଲ ରେଜିସ୍‌ରେ ଆରମ୍ଭ ହୋଇଥିବା ରିସେପସନ୍‌ରେ ଯୋଗଦେବା ପାଇଁ ବଲିଉଡ ଓ କ୍ରିକେଟ ତାରକାଙ୍କୁ ଆମନ୍ତ୍ରିତ କରାଯାଇଛି। ହେଲେ ଏହି ଖୁସିର ମୁହୂର୍ତ୍ତ ଭିତରେ ବିରାଟ- ଅନୁଷ୍କାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ହେଉଛି। କିଏ କେତେ ପାଠ ପଢ଼ିଛନ୍ତି ତାକୁ ନେଇ ଆଲୋଚନା ଜୋର୍ ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ବିରାଟ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ବେଳେ ଅନୁଷ୍କା ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ବିରାଟ କୋହଲି ନୂଆଦିଲ୍ଲୀର ବିଶାଲ ଭାରତୀ ପବ୍ଲିକ ସ୍କୁଲରେ ଦ୍ବାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଏହାପରେ ୧୯୯୮ରୁ ବିରାଟ କ୍ରିକେଟ ଉପରେ ଅଧିକ ଫୋକସ୍ ଦେଇଥିଲେ। ଏଥିପାଇଁ ସେ ୱେଷ୍ଟ ଦିଲ୍ଲୀର କ୍ରିକେଟ ଏକାଡେମୀକୁ ଚାଲି ଆସିଥିଲେ। ବିରାଟ ସ୍କୁଲରେ ଭଲ ଛାତ୍ର ଥିଲେ ବୋଲି ତାଙ୍କ ଶିକ୍ଷକ ଏବେ ବି ଗ୍ରହଣ କରୁଛନ୍ତି।

ବିରାଟଙ୍କ ସ୍ତ୍ରୀ ଅନୁଷ୍କା ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଜଣାପଡ଼ିଛି।

କିଛିଦିନ ତଳେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ ଅନୁଷ୍କା। ସେ କହିଥିଲେ ଯେ, ମୁଁ ସ୍କୁଲ ଏବଂ କଲେଜରେ ଟପ୍ପର ହେଉଥିଲି। ଏହାସହ ମଡେଲିଂ ପ୍ରତି ମଧ୍ୟ ମୋର ଆଗ୍ରହ ରହିଥିଲା। ଏଣୁ ପାଠ ପଢ଼ା ଚାଲିଥିବା ବେଳେ ମଡେଲିଂ କରୁଥିଲି। ହେଲେ ପାଠ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ୁଥିଲା।

ଇଟାଲିର ଟସ୍କିନ୍ ସହରରେ ସିକ୍ରେଟ ବିବାହ କରିଥିଲେ ବିରାଟ-ଅନୁଷ୍କା। ବାହାଘର ପରେ ଉଭୟ ହନିମୁନ୍‌ରେ ଯାଇଥିଲେ ରୋମ୍। ଇଟାଲିରୁ ଫେରିବା ପରେ ଉଭୟ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରିସେପସନ୍‌କୁ ଆମନ୍ତ୍ରିତ କରିଥିଲେ। ଡିସେମ୍ବର ୨୧ରେ ପ୍ରଥମ ରିସେପସନ୍‌ ଶେଷ ହୋଇଥିବା ବେଳେ ମଙ୍ଗଳବାର ଦ୍ୱିତୀୟ ରିସେପସନ୍‌ ଚାଲିଛି।

Comment