ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି
  • ୧୪ଟି ଜିଲ୍ଲାରେ ଆରମ୍ଭ ହୋଇଛି ଆନ୍ଦୋଳନ
  • ୧୭ ତାରିଖ ଯାଏଁ ଚାଲିବ ଧାରଣା

ଚାଷୀଙ୍କ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛି ବିଜେଡି। ୧୭ଟି ଜିଲ୍ଲାରେ ଧାରଣା ଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଶାସକ ଦଳର କର୍ମୀ ଓ ନେତା।

ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଚାଷୀଙ୍କୁ ନ୍ୟାୟ ଦେଉନି କେନ୍ଦ୍ର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦଳ ଦାବି କରୁଥିଲେ ହେଁ ଏଥିପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହିଁ। ଏହାର ପ୍ରତିବାଦରେ ବିଜେଡି ଆଜି ଆନ୍ଦୋଳନକୁ ଓହ୍ଲାଇଛି।

୧୪ଟି ଜିଲ୍ଲା ବରଗଡ଼, ବୌଦ୍ଧ, ସୋନ୍‌ପୁର, ଦେବଗଡ଼, କଳାହାଣ୍ଡି, କୋରାପୁଟ ପ୍ରଭୃତି ଜିଲ୍ଲାରେ ବିଜେଡି ଧାରଣା ଦେଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨,୯୩୦ ଟଙ୍କା କରିବାକୁ ବିଜେଡି ଦାବି କରିଛି।

ବିଜେଡି ଅଭିଯୋଗ କରିଛି ଯେ, “ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କୃଷକ ବିରୋଧୀ ନୀତି ଆପଣାଉଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରାଯାଇଥିଲେ ହେଁ କେନ୍ଦ୍ର ଏଥିପ୍ରତି ଦୃଷ୍ଟି ଦେଉନାହିଁ।”

୮ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ।

ସଂସଦର ଶୀତ ଅଧିବେଶନରେ କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ ଯେ, ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ନେଇ କୌଣସି ପ୍ରସ୍ତାବ ନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର। ଏହାକୁ ବିରୋଧ କରିଛି ବିଜେଡି।

Comment