ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ସୁଧୁରିବ ସିଟି ବସ୍ ବ୍ୟବସ୍ଥା। ଖୁବ୍ଶୀଘ୍ର ଭୁବନେଶ୍ବରକୁ ଆସିବ ୨୦୦ ନୂଆ ସିଟି ବସ୍। ଏହି ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତା ସମ୍ପନ୍ନ କମିଟି।
ବର୍ତ୍ତମାନ ସହରରେ ୧୧୦ଟି ସିଟି ବସ୍ ଚାଲିଥିବା ବେଳେ ଏହି ନୂଆ ସିଟି ବସ୍ ଆସିଲେ ସାଧାରଣ ଲୋକଙ୍କ ଗମନାଗମନରେ ସୁବିଧା ହେବ।
ବିଏମ୍ସି କମିଶନର କ୍ରିଷନ୍ କୁମାର କହିଛନ୍ତି, “ନୂଆ ଚୁକ୍ତି ବ୍ୟବସ୍ଥାରେ ଏହି ସିଟି ବସ୍ ଚଳାଚଳ କରିବ। ଗୁରତ୍ୱପୂର୍ଣ୍ଣ ରୁଟ୍ରେ ପ୍ରତି ୪ ମିନିଟ୍ରେ ଗୋଟିଏ ସିଟି ବସ୍ ଚଳାଚଳ କରିବ।”
ଏହି ରୁଟ୍ରେ ଉଭୟ ଏସି ଏବଂ ନନ୍ଏସି ବସ୍ ଚଳାଚଳ କରିବ। ୨୦୧୮ ଡିସେମ୍ବରରେ ବିଶ୍ୱକପ୍ ହକି ମ୍ୟାଚ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏସବୁ କାର୍ଯ୍ୟକାରୀ କରାଯିବ।


















