ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ବୁଧବାର ଦ୍ୱିପ୍ରହରରେ ବାଲେଶ୍ୱର ସହରରେ ଘଟିଥିବା ଏକ ଗୁଳିକାଣ୍ଡ ଘଟଣା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ବାଲେଶ୍ୱରର ଜଣାଶୁଣା ଗ୍ୟାଙ୍ଗଷ୍ଟାର ପାପା ପଣ୍ଡାଙ୍କ ଭାଇ ତନ୍ମୟ ପଣ୍ଡାଙ୍କ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ପଛ ପଟୁ ଆସି ଗୁଳି ମାଡ଼ କରିଥିଲେ।

ଓଟି ରୋଡ଼ର ହରିପ୍ଲାଜା ଛକ ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ ପରେ ତନ୍ମୟଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବରୁ ତନ୍ମୟଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି। ବହୁ ଚର୍ଚ୍ଚିତ ଖାସୁଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପାପା ପଣ୍ଡାଙ୍କର ଭାଇ ତନ୍ମୟ ପଣ୍ଡାଙ୍କୁ ପୂର୍ବ ଶତ୍ରୁତା ନେଇ ଗୁଳିମାଡ଼ କରାଯାଇଥିବା ପୋଲିସ ସନ୍ଦେହ କରୁଛି। ସହରର ସେହି ଗୋଟିଏ ସ୍ଥାନରେ ୪ଟି ହତ୍ୟାକାଣ୍ଡ ଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି।

Comment