ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାତୀୟ ସ୍ନୁକର କର ପ୍ରତିଯୋଗିତା
  • ୧୭ ଥର ବିଶ୍ୱବିଜେତା ପଙ୍କଜ ଆଡ଼ଭାନିଙ୍କୁ ହରାଇଲେ
  • ଆଡ଼ବାନୀଙ୍କ ଭଳି ଜଣେ ବିଶ୍ଵସ୍ତରୀୟ ଖେଳାଳିଙ୍କୁ ହରାଇଥିବା ଯୋଗୁ ବେଶ୍ ଖୁସି: ଆଶୁତୋଷ

ଓଡ଼ିଶାର ସ୍ନୁକର ଖେଳାଳି ଆଶୁତୋଷ ପାଢୀ ରଚିଛନ୍ତି ଇତିହାସ। ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ସ୍ନୁକର କର ପ୍ରତିଯୋଗିତାରେ ସେ ଭାରତର ସଫଳତମ ସ୍ନୁକର ତାରକା ତଥା ୧୭ ଥର ବିଶ୍ୱ ବିଜେତା ପଙ୍କଜ ଆଡ଼ଭାନିଙ୍କୁ ହରାଇଛନ୍ତି।

ଓଡ଼ିଶା କ୍ୟୁ ସ୍ପୋର୍ଟସ ଜଗତକୁ ତା’ ଅଳ୍ପ ଦିନିଆ ଇତିହାସର ସବୁଠାରୁ ବଡ଼ ସଫଳତା ମିଳିଛି। ରାଜ୍ୟର ସଫଳ କ୍ୟୁ ସ୍ପୋର୍ଟସ ତାରକା ଆଶୁତୋଷ ପାଢ଼ୀ ଜାତୀୟ ପ୍ରତିଯୋଗିତାରେ ବୃହତ୍‌ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।

ଭାରତର ସଫଳତମ ସ୍ନୁକର ତାରକା ତଥା ୧୭ ଥର ବିଶ୍ୱ ବିଜେତା ପଙ୍କଜ ଆଡ଼ଭାନିଙ୍କୁ ହରାଇ ଇଥଇ ସୃଷ୍ଟି କରିଛନ୍ତି। ଆଶୁତୋଷଙ୍କ ଏହି ବିଜୟ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୂଅ ଛୁଟିଛି। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ିଙ୍କ ସୁପୁତ୍ର ଆଶୁତୋଷ ବିଗତ କିଛି ବର୍ଷ ହେବ ଜାତୀୟ କନିଷ୍ଟ ସ୍ନୁକର ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛନ୍ତି।

୨୦୧୪ରେ ଗୀତ୍‌ ସେଠୀ, ପଙ୍କଜ ଆଡ଼ଭାନି ଏବଂ ଦବଜ ହାରିଆଙ୍କ ପରେ ଚତୁର୍ଥ ଖେଳାଳି ଭାବେ ଜାତୀୟ ପ୍ରତିଯୋଗିତାରେ ହ୍ୟାଟ୍ରିକ୍‌ ଟ୍ରଫି ଜିତିଥିଲେ।

୧୯୯୬ ମସିହା ନଭେମ୍ବର ୫ରେ ଜନ୍ମଗ୍ରହଣ କରିଥିବା ଆଶୁତୋଷ ପଙ୍କଜଙ୍କୁ ନିଜ ଆଦର୍ଶ କରି କ୍ୟୁ ସ୍ପୋର୍ଟସରେ ସଫଳତାର ନୂଆ ନୂଆ ଅଧ୍ୟାୟ ସୃଷ୍ଟି କରି ଚାଲିଛନ୍ତି।

ଆଡ଼ବାନୀଙ୍କ ଭଳି ଜଣେ ବିଶ୍ଵସ୍ତରୀୟ ଖେଳାଳିଙ୍କୁ ହରାଇଥିବା ଯୋଗୁ ବେଶ୍ ଖୁସି ଅନୁଭବ କରୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଶୁତୋଷ।

Comment