ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ ଗୋଲାପୀ କରାଯାଇଛି। ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୋମବାର ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହି ରିପୋର୍ଟରେ ଭାରତର ଅଭିବୃଦ୍ଧି ହାର ବଢ଼ୁଛି ବୋଲି କୁହାଯାଉଛି। କିନ୍ତୁ ପୂର୍ବ ବର୍ଷର ସର୍ଭେ ରିପୋର୍ଟ ଅପେକ୍ଷା ଚଳିତ ବର୍ଷର ରିପୋର୍ଟକୁ ସ୍ୱତନ୍ତ୍ର କୁହାଯାଉଛି।
କାରଣ ଚଳିତବର୍ଷ ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକା ଗୋଲାପୀ ରଙ୍ଗରେ ଛପା ଯାଇଛି। ଗୋଲାପୀ ରଙ୍ଗର ପୁସ୍ତିକା ଛପାଯିବା ପଛରେ କିଛି ମହତ୍ତ୍ବପୂର୍ଣ୍ଣ କାରଣ ରହିଥିବା କୁହାଯାଉଛି।
ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ, ମହିଳାଙ୍କ ପ୍ରତି ହିଂସା ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଦେଶରେ ଲିଙ୍ଗଗତ ସମସ୍ୟା ଉପରେ ଜୋର୍ ଦିଆଯାଇଛି। ସର୍ଭେ ରିପୋର୍ଟରେ ଅଧିକାଂଶ ଟେବୁଲ୍ ଓ ଗ୍ରାଫ୍ ମଧ୍ୟ ଗୋଲାପୀ ରଙ୍ଗର କରାଯାଇଛି।
ରିପୋର୍ଟରେ କୁହାଯାଇଛି, “ଭାରତରେ ନାରୀ ପୁରୁଷ ସମାନତା କ୍ଷେତ୍ରରେ ଉନ୍ନତି ଆସିଛି। ନିଯୁକ୍ତି ଓ କର୍ମସଂସ୍ଥାନ କ୍ଷେତ୍ରରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ପୁଅ-ଝିଅଙ୍କ ମଧ୍ୟରେ ସମାନତା ଆସିଛି। ନାରୀଙ୍କୁ ପୁରୁଷଙ୍କ ସମକକ୍ଷ କରିବା ପାଇଁ ଭାରତକୁ ଆହୁରି ଅଧିକ ବାଟ ଯିବାକୁ ପଡ଼ିବ।”
ଏବେବି ପୁଅଙ୍କ ଅପେକ୍ଷା ଝିଅଙ୍କର ପ୍ରାଧାନ୍ୟ ପରିବାରରେ ରହିଛି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପୁଅଙ୍କୁ ଅଗ୍ରାଧିକାର ଦିଆଯାଉଛି।
ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ଚଳିତବର୍ଷ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ ଗୋଲାପୀ କରାଯାଇଛି। ଏହି ସର୍ଭେ ରିପୋର୍ଟରେ ବେଟି ବଞ୍ଚାଅ, ବେଟି ପଢ଼ାଅ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ସମ୍ପର୍କରେ କୁହାଯାଇଛି।








ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ ଗୋଲାପୀ କରାଯାଇଛି। ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ନିଆଯାଇଛି।









