ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା। ଅର୍ଡିନାରି ଏବଂ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍ ଭଡ଼ା ୪ ପଇସା ବୃଦ୍ଧି ପାଇଛି।

ସାଧାରଣ ବସ୍ ଭଡ଼ା ୬୫ ପଇସାରୁ ବଢ଼ି ୬୭ ପଇସା ହୋଇଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା ୬୮ରୁ ୭୦ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୯୧ ପଇସାରୁ ୯୫ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୯୩ ପଇସାରୁ ୧ ଟଙ୍କା ୧୭ ପଇସାକୁ ବୃଦ୍ଧି କରାଯାଇଛି।

୨୦୧୮ରେ ଦ୍ୱିତୀୟ ଥର ପାଇଁ ବସ୍ ଭଡ଼ା ବୃଦ୍ଧି ହୋଇଛି। ବାରମ୍ବାର ବସ୍ ଭଡ଼ା ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

“ସରକାର ତେଲ ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି। ଫଳରେ ବସ୍ ଭଡ଼ା ବୃଦ୍ଧି ପାଉଛି। ଏହାର ପ୍ରଭାବ ଯାତ୍ରୀଙ୍କ ଉପରେ ପଡ଼ୁଛି। ସରକାର ଏହାର କିଛି ପ୍ରତିକାର କରନ୍ତୁ”, କହିଛନ୍ତି ଜଣେ ଯାତ୍ରୀ ନିରଞ୍ଜନ ମହାଭୋଇ।

Comment