ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ବାଦାମବାଡ଼ିସ୍ଥିତ ସପିଂ ମଲ୍‌ରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣା ଭିନ୍ନ ମୋଡ଼ ନେଇଛି। ବାଦାମବାଡ଼ି ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏତେ ବଡ଼ ବିଲ୍ଡିଂ ନିର୍ମାଣ କରିବାକୁ କିଏ ଅନୁମତି ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସିଡିଏ ଉପାଧ୍ୟକ୍ଷ। ଏନେଇ ସିଡିଏ ଉପାଧ୍ୟକ୍ଷ ଶରତ ନାୟକ ବିଲ୍ଡିଂ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ବିଲ୍ଡିଂ ନିର୍ମାଣର ସମସ୍ତ କାଗଜପତ୍ର ୩ ଦିନ ଭିତରେ ସିଡିଏ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି।

ଅଗ୍ନିଶମ ବିଭାଗର ତିନିଜଣିଆ ଟିମ୍‌ ସୋମବାର ପ୍ରାଥମିକ ତଦନ୍ତ କରିଥିଲେ। ଏହି ମଲ୍‌ ବ୍ୟାପକ ଅବ୍ୟବସ୍ଥା ଭାବେ ଚାଲିଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ବିଲ୍ଡିଂ ନିର୍ମାଣ ପାଇଁ ସିଡିଏ ଆପ୍ରୁଭାଲ ନଥିବା ଜଣାପଡ଼ିଥିଲା।  କଟକରେ ସିଡିଏର ବିନା ଆପ୍ରୁଭାଲରେ କେମିତି ବିଲ୍ଡିଂ ତିଆରି ହେଲା ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ରବିବାର ଦିନ ସପିଂ ମଲ୍‌ରେ ନିଆଁ ଲାଗିବା ସହ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ରବିବାର ଦିନ ଅଚାନକ୍ ସହର ମଝିରେ ସାତ ଘଣ୍ଟା ଜଳିଯାଇଥିଲା ସିଟି ଷ୍ଟାଇଲ ସପିଂ ମଲ। ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛନ୍ତି ଗ୍ରାହକ। କଟକର ଜନଗହଳିପୂର୍ଣ୍ଣ ବାଦାମବାଡିରେ ହୁ ହୁ ହୋଇ ଜଳିଗଲା ‘ସିଟି ଷ୍ଟାଇଲ୍ ମଲ୍’। ୮ଟି ଦମକଳ ଗାଡି ଓ ଶତାଧିକ ଅଗ୍ନିଶମ କର୍ମଚାରୀ ବହୁ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ।

Comment