ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନା ଦର ମହଙ୍ଗା ହୋଇଛି। ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ବୃଦ୍ଧି ପାଇ ୧୪ ମାସର ସର୍ବୋଚ୍ଚସ୍ତର ପହଞ୍ଚିଛି ସୁନା।

ବିଶ୍ୱର ବଜାରରେ ମାନ୍ଦା ବେପାରର ପ୍ରଭାବ ସୁନା ଦର ଉପରେ ପଡିଛି। ଫଳରେ ସୁନା ଦର ୧୦ ଗ୍ରାମ ବା ଭରି ପ୍ରତି ୩୩୦ ଟଙ୍କା ବୃଦ୍ଧି ପାଇ ୧୪ ମାସର ସର୍ବୋଚ୍ଚସ୍ତର ୩୧, ୬୦୦ ଟଙ୍କାରେ ପହଞ୍ଚିଛି।

ବାହାଘର ଋତୁରେ ସୁନା ଅଳଙ୍କାର ଚାହିଦା ବୃଦ୍ଧିର ପ୍ରଭାବ ସୁନା ଦର ଉପରେ ପଡିଥିବା ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ରୁପା ଦର ୪୦୦ ଟଙ୍କା ବୃଦ୍ଧି ପାଇ କିଲୋ ପ୍ରତି ୪୦,୦୦୦ ଟଙ୍କାରେ ପହଞ୍ଚିଛି।

ସିଙ୍ଗାପୁରରେ ସୁନା ଦର ୦.୪୩ ପ୍ରତିଶତ ବୃଦ୍ଧି ପାଇ ଭରି ପିଛା ୧,୩୪୨.୬୦ ଡଲାରରେ ପହଞ୍ଚିଛି। ରୁପା ଦର ବି ୦.୮୪ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନସ ପିଛା ୧୬.୮୫ ଡ଼ଲାରରେ ପହଞ୍ଚିଛି।

ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ସୁଧ ଏବଂ ୯୯.୫ ପ୍ରତିଶତ ସୁଦ୍ଧ ସୁନା ଦର ଭରି ପିଛା ୩୩୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୧୦ ଗ୍ରାମ ପିଛା ୩୧,୬୦୦ ଓ ୩୧,୪୫୦ ଟଙ୍କା ରହିଛି। ଏହାପୂର୍ବରୁ ଡିସେମ୍ବର ୯ରେ ସୁନା ଦରରେ ବୃଦ୍ଧି ଘଟିଥିଲା।

Comment