ଓଡ଼ିଶାଲାଇଭ୍ ବ୍ୟୁରୋ
ସଚିବାଳୟରେ ବସିଥିଲା ରାଜ୍ୟ କ୍ୟିବନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପର୍ଯ୍ୟଟନ ବିଭାଗରୁ ସଂସ୍କୃତି ବିଭାଗକୁ ଅଲଗା କରାଯାଇଛି। ସଂସ୍କୃତି ବିଭାଗକୁ ଓଡ଼ିଆ ଭାଷା ପାଇଁ ଗଠନ ହୋଇଥିବା ନୂଆ ବିଭାଗ ସହ ମିଶା ଯାଇଛି।
ପର୍ଯ୍ୟଟନ ବିଭାଗରୁ ଅଲଗା ହେଲା ସଂସ୍କୃତି ବିଭାଗ। ଓଡ଼ିଆ ଭାଷା ପାଇଁ ନୂଆ ବିଭାଗ ଗଠନ କରାଯାଇଛି। ଏହାସହ ସଂସ୍କୃତି ବିଭାଗର ନାଁ ମଧ୍ୟ ବଦଳିଛି। ଏହି ନୂଆ ବିଭାଗର ନାଁ ହେଉଛି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ। ଗୁରୁବାର ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଆଗରୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏକାଠି ରହିଥିଲା। ପର୍ଯ୍ୟଟନରୁ ସଂସ୍କୃତି ବିଭାଗକୁ ଅଲଗା କରିବା ପାଇଁ ଡିସେମ୍ବର ୨୬ରେ ପୁରୀଠାରେ ବସିଥିବା ବ୍ୟାକିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଗଠନ କରାଯାଇ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ପ୍ରସାର କରାଯିବ।
ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଦୀର୍ଘ ଦିନ ହେଲା ବିଭିନ୍ନ ସଙ୍ଗଠନ ଦାବି କରି ଆସୁଥିଲେ। ସରକାରୀ ସ୍ତରରେ ୧୯୫୪ ଭାଷା ଆଇନ୍ ଲାଗୁ କରିବା ପାଇଁ ଦାବି ହେଉଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
କ୍ୟାବିନେଟରେ ବାରଙ୍ଗଠାରେ ସ୍ୱୟକ୍ରିୟ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଉତ୍ପାଦନ କରାଯାଇ ପାରିବ।
ସେହିପରି ପୌର ନିର୍ବାଚନ ଅଧିନିୟମରେ ସଂଶୋଧନ କରାଯାଇଛି। ପୌର ପରିଷଦରେ ହେଉଥିବା ଅନାସ୍ଥା ଭୋଟ ପାଇଁ ଏଣିକି ଗୁପ୍ତ ନୁହେଁ ଖୋଲା ମତଦାନ ହେବ। ଏହି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ଏହି ନୂତନ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଓଡ଼ିଶା ପୌର ବିଧି ଅଧିନିୟମ ୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩କୁ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏହାସହ ଆସିକା ଚିନି କଳକୁ ୧୫ କୋଟି ଋଣ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
ନୂଆପଡ଼ା ଜିଲ୍ଲାର ୯୦୫ଟି ଗାଁକୁ ଫେଲାରାଇଡ ମୁକ୍ତ ପାଇପ୍ ପାଣି ଯୋଗାଣ କରିବାକୁ ନିଷ୍ପତ୍ତି ହୋଇଛି। ଲୋୟର ଇନ୍ଦ୍ର ଭୂତଳ ପାଇପ୍ ଲାଇନ୍ ପ୍ରକଳ୍ପ ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଜଳସେଚନ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଭୂତଳ ପାଇପ୍ ଲାଇନ୍ ଦ୍ବାରା ୧୩,୮୦୦ ଏକର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏଥିରେ ୨୪୨.୯୯ କୋଟି ଟଙ୍କା ବିନିଯୋଗ ହେବ।
ବିଭିନ୍ନ ଇଂଜିନିୟରିଂ ବିଭାଗ ଭଳି ଓଡ଼ିଶା ଏଗ୍ରିକଲଚର ଇଂଜିନିୟରିଂ ସଂସ୍ଥାରେ କ୍ୟାଡ଼ର ଷ୍ଟ୍ରକଚର ସୃଷ୍ଟି କରିବା ଲାଗି ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ ରାଜ୍ୟ ସରକାରଙ୍କର ସଫଳ ରୂପାୟନ, ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ପାଇଁ କୃଷିଯନ୍ତ୍ରୀ କ୍ୟାଡ଼ରକୁ ଅଧିକ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଥିବା ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ସହ ନୂତନ ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ (ବର୍ଗ-୧ ଏବଂ ବର୍ଗ-୨) ଏବଂ ମୂଖ୍ୟ ଯନ୍ତ୍ରୀ ଭଳି ପଦବୀକୁ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରାଯାଇଅଛି। ମୂଳ ପଦବୀକୁ ସହକାରୀ କୃଷି ଯନ୍ତ୍ରୀ ପଦବୀ ରୂପେ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଇଛି ଏବଂ ଅନ୍ୟ ସମସ୍ତ ପଦବୀ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବାର ବ୍ୟବସ୍ଥା ରହିଛି।








ସଚିବାଳୟରେ ବସିଥିଲା ରାଜ୍ୟ କ୍ୟିବନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପର୍ଯ୍ୟଟନ ବିଭାଗରୁ ସଂସ୍କୃତି ବିଭାଗକୁ ଅଲଗା କରାଯାଇଛି। ସଂସ୍କୃତି ବିଭାଗକୁ ଓଡ଼ିଆ ଭାଷା ପାଇଁ ଗଠନ ହୋଇଥିବା ନୂଆ ବିଭାଗ ସହ ମିଶା ଯାଇଛି।









