ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ଗଣଦୁଷ୍କର୍ମର ତଦନ୍ତ ଶେଷ କରି କୋରାପୁଟରୁ ଫେରି ଆସିଛନ୍ତି ଏନଏଚ୍ଆରସି ଟିମ୍। ୪ ଦିନ ଧରି ତଦନ୍ତ କରୁଥିଲେ। ତଦନ୍ତ ରିପୋର୍ଟ ଦିଲ୍ଲୀ ଏନଏଚ୍ଆରସି ଅଫିସରେ ଦାଖଲ କରିବେ।

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ଶେଷ କରିଛି ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ଟିମ୍। ୪ ଦିନ ଧରି ଏହି ଟିମ୍‌ କୋରାପୁ ଜିଲ୍ଲା କୁନ୍ଦୁଲିକୁ ଯାଇ ଘଟଣାର ତଦନ୍ତ କରିଥିଲେ। ପଟ୍ଟାଙ୍ଗି ଥାନା, କୋରାପୁଟ ମେଡିକାଲ, ପୀଡ଼ିତାଙ୍କ ଗାଁକୁ ଯାଇ ବିଭିନ୍ନ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ୪ ଦିନ ଧରି ଏନଏଚଆର୍‌ସି ଟିମ୍‌ କୋରାପୁଟରେ ଡେରା ପକାଇ ତଦନ୍ତ କରୁଥିଲେ। ଶୁକ୍ରବାର ତଦନ୍ତ ଶେଷ କରି ଏହି ଟିମ୍ ବିଶାଖାପାଟଣା ଫେରି ଯାଇଛନ୍ତି। ଏହି ଟିମ୍ ଦିଲ୍ଲୀ ଏନଏଚଆର୍‌ସି ଅଫିସରେ ରିପୋର୍ଟ ଦାଖଲ କରିବେ।

ଏହି ଟିମ୍‌ ଗୁରୁବାର କୋରାପୁଟ ଅଞ୍ଚଳରେ ମୁତୟନ ଥିବା ବିଏସ୍‌ଏଫ୍‌, କୋବ୍ରା, ଓଏସ୍‌ଓପି, ଆଇଆରବି, ଏସ୍‌ଓଜି ଓ ଅର୍ଦ୍ଧ ସାମରିକ ବାହିନୀର ବାଟାଲିୟନ ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ। ଯେତେବେଳେ ପୀଡ଼ିତା ଗଣଦୁଷ୍କର୍ମର ଅଭିଯୋଗ ଆଣିଥିଲେ ସେତେବଳେ ଯବାନମାନଙ୍କର ଗତିବିଧି ସମ୍ପର୍କରେ ପଚାରି ବୁଝିଥିଲେ।

ରାଜ୍ୟ ଫୋରେନସିକ ଲାବୋରୋଟାରିର ନିର୍ଦ୍ଦେଶକ ଏବଂ କ୍ରାଇମବ୍ରାଞ୍ଚ ଏସପି ରାଧାବିନୋଦ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ। ଡିଏସ୍‌ପି ରବି ସିଂଙ୍କ ନେତୃତ୍ବରେ ଏହି ଟିମ କୋରାପୁଟ ଆସି ତଦନ୍ତ କରିଥିଲେ।

Comment