ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅରୁଣାଚଳ ପ୍ରଦେଶର ତବାଙ୍ଗ ଜିଲ୍ଲାର ବୋମଜା ଗ୍ରାମ। ଆପଣ ହୁଏତ ଏହି ଗାଁ’ର ନାଁ ଜାଣିନଥିବେ। କିନ୍ତୁ ଏବେ ଏହି ଗାଁ କେବଳ ଭାରତରେ ନୁହେଁ, ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛି।

ବୋମଜା, ଏସିଆ ମହାଦେଶର ସବୁଠୁ ଧନୀ ଗାଁ ମାନ୍ୟତା ପାଇବାକୁ ଯାଉଛି। ଏହା ପଛରେ ରହିଛି ଏକ କାରଣ। ଏଠାକାର ଗ୍ରାମବାସୀ ରାତିରାତି ପାଲଟିଛନ୍ତି କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।

ଇଣ୍ଡିଆନ୍ ଆର୍ମି ପକ୍ଷରୁ ବୋମଜା ଗ୍ରାମରେ ତବାଙ୍ଗ ଗୌରସନ୍‌ର ଆଉ ଏକ ୟୁନିଟ୍‌ ସ୍ଥାପନ କରିବାକୁ ଯାଉଛି।

ଏହି ୟୁନିଟ୍‌ ନିର୍ମାଣ ପାଇଁ ରକ୍ଷା ମନ୍ତ୍ରାଳୟ ଏଠି ଜମି ଅଧିକୃତ କରିଛି। ଏହା ବଦଳରେ ପ୍ରତି ପରିବାରକୁ ୧ କୋଟି ଅଧିକ ଟଙ୍କା ପ୍ରଦାନ କରିଛି ରକ୍ଷା ମନ୍ତ୍ରାଳୟ। ଏହି ପ୍ରୋଜେକ୍ଟ ପାଇଁ ରକ୍ଷା ମନ୍ତ୍ରାଳୟ ପ୍ରତି ପରିବାରର ମୋଟ ୨୦୦,୦୫୬ ଏକର ଜମି ଅଧିଗ୍ରହଣ କରିଛନ୍ତି। ଏହା ବଦଳରେ ଗାଁ’ର ୩୧ଟି ପରିବାରକୁ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ୪୦.୮ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

ବୋମଜା ଗ୍ରାମରେ ମୋଟ ୩୧ଟି ପରିବାର ବାସ କରନ୍ତି। ଏହାମଧ୍ୟରୁ ୨୯ଟି ପରିବାରକୁ ୧.୦୯ କୋଟି ଟଙ୍କା ଲେଖାଁଏ ଦିଆଯାଇଥିବାବେଳେ ଅନ୍ୟ ଦୁଇ ପରିବାରକୁ ୬.୭ କୋଟି ଟଙ୍କାର ରାଶି ପ୍ରଦାନ କରାଯାଇଛି।

ଏହିଭଳି ଭାବେ ସମ୍ପୂର୍ଣ୍ଣ ଗାଁ କୋଟିପତି ହୋଇଯାଇଛି। ନିକଟରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମ ଖାଣ୍ଡୁ ପ୍ରତି ପରିବାର ସଦସ୍ୟ ଏହି ରାଶି ପ୍ରଦାନ କରିଛନ୍ତି।

Comment