ଓଡ଼ିଶାଲାଇଭ୍ ବ୍ୟୁରୋ
ଜମି ଆସିଲାଣି ବିଜେପୁର ଉପ-ଦିର୍ବାଚନ ପ୍ରଚାର। ବିଜେପି ଏବଂ ବିଜେଡି ପ୍ରଚାର ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମା’ସମଲେ୍ଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାରକୁ ଆସିଛନ୍ତି। ପ୍ରଣୟଙ୍କ ସହ ବହୁ ସମର୍ଥକ ଘର ଘର ବୁଲି ବିଜେପୁରରେ ଭୋଟ ମାଗିଥିଲେ।
ବିଜେପୁରରେ ତ୍ରିମୁଖି ଲଢ଼େଇ। ବିଜେଡିର ରିତା ସାହୁ, ବିଜେପିର ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସର ପ୍ରଣୟ ସାହୁଙ୍କ ମଧ୍ୟରେ ଚାଲିଛି ଲଢ଼େଇ। ବିଜେପି ଏବଂ ବିଜେଡି ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଥିବା ବେଳେ କଂଗ୍ରେସ ପଛରେ ପଡ଼ିଛି। ପ୍ରଣୟଙ୍କ ପାଇଁ କଂଗ୍ରେସର କେଉଁମାନେ ଷ୍ଟାର ପ୍ରଚାରକ ତାହା ଜଣାପଡ଼ି ନାହିଁ।
ଫେବ୍ରୁଆରି ୨୪ରେ ବିଜେପୁର ଭୋଟ। ଏଥିପାଇଁ ପ୍ରାର୍ଥୀ ଘର ଘର ବୁଲୁଛନ୍ତି। ପ୍ରଚାରରେ ଗାଁ ଦାଣ୍ଡ କମ୍ପୁଛି। ଏଥର ବିଜେପୁର ଲଢ଼େଇରେ ୧୪ ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ତିନି ପ୍ରମୁଖ ଦଳ ଭିତରେ ଜୋରଦାର ଟକ୍କର ହେବ।
“ବିଜେପୁର ଆସନ କଂଗ୍ରେସ ଗଡ଼। ଏଠାରେ ଏଥର ବି କଂଗ୍ରେସ ବିଜୟୀ ହେବ। ଚାଷୀ ପରିବାରରୁ ମୁଁ ଆସିଥିବାରୁ ଚାଷ ସମସ୍ୟାକୁ ଗୁରୁ୍ତ୍ୱ ଦେବି”, କହିଛନ୍ତି ପ୍ରଣୟ ସାହୁ।


















