ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବ ନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ  ଅତି ସହଜରେ ନିଜ ପ୍ରିୟଜନଙ୍କୁ ଟଙ୍କା ପଠାଇପାରିବେ।

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାର୍ଟସଆପର ଚାହିଦା ଏବେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ହ୍ୱାର୍ଟସଆପର ବ୍ୟବହାର ମେସେଜିଂ ପାଇଁ କରାଯାଏ, ଏଥିସହିତ ମଧ୍ୟ ଏହାକୁ ଫଟୋ ଓ ବିଭିନ୍ନ ଡକ୍ୟୁମେଣ୍ଟ୍ ସେୟାରିଂ, ଭିଡିଓ କଲିଂ ଇତ୍ୟାଦି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ ସମ୍ପର୍କରେ ଜଣାଇବୁ ଯାହାଦ୍ୱାରା ଆପଣଙ୍କୁ ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ ଏହି କାମ ଅତି ସହଜରେ କରିପାରିବେ।

ନିକଟରେ ହ୍ୱାଟସଆପ୍ ପେମେଣ୍ଟ ଅପସନ୍ ଅପଡେଟ୍ କରିଛି । ଯେଉଁଥିରେ ଆପଣ ଟଙ୍କା ପଠାଇବା ପାଇଁ କୌଣସି ବ୍ୟାଙ୍କକୁ ଦୌଡିବାକୁ ପଡିବ ନାହିଁ ବରଂ ଘରେ ବସି ହ୍ୱାଟସଆପ ଜରିଆରେ ହିଁ ଆପଣ ଏହି କାମ କରିପାରିବେ । ତେବେ ପେଟିଏମକୁ ଟକ୍କର ଦେବା ଉଦ୍ଦେଶ୍ୟରେ ହ୍ୱାଟସଆପ ଏହି ନୂଆ ଫିଚରଟିକୁ ଲଞ୍ଚ୍ କରିଛି ।

ହ୍ୱାଟସଆପ ବିଟା ଭର୍ସନ ୨.୧୮.୩୯ ପାଇଁ ପେମେଣ୍ଟ ଅପସନ ରୋଲ ଆଉଟ୍ କରିଛି । ଯଦିଓ ବର୍ତ୍ତମାନ ଏହି ଫିଚରଟିକୁ ହ୍ୱାଟସଆପ ବଛା ବଛା କିଛି ୟୁଜର୍ସଙ୍କ ପାଇଁ ରୋଲ ଆଉଟ୍ କରିଛି ତେବେ ଖୁବ୍ ଶୀଘ୍ର ହିଁ ଏହି ଫିଚରଟିକୁ ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ଲାଇଭ କରିଦିଆଯିବ ବୋଲି କମ୍ପାନି ତରଫରୁ ସୂଚନା ମିଳିଛି ।

ଆସନ୍ତୁ ଜାଣିବା କିଭଳି ହ୍ୱାଟସଆପ ଜରିଆରେ ଟଙ୍କା ପଠାଯାଇପାରିବ…

ହ୍ୱାଟସଆପରୁ ଟଙ୍କା ପଠାଇବା ପାଇଁ ଆପଣଙ୍କୁ ମାତ୍ର ୬ଟି ଷ୍ଟେପ ଫଲୋ କରିବାକୁ ପଡିବ ।

ଷ୍ଟେପ୍‌-୧

ସର୍ବ ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେଷ୍ଟୋରରେ ଯାଇ ହ୍ୱାଟସଆପର ନୂଆ ଭର୍ସନକୁ ଇନଷ୍ଟଲ କରିବାକୁ ହେବ।

ଷ୍ଟେପ୍‌-୨

ହ୍ୱାଟସଆପର ନୂଆ ଭର୍ସନ ଇନଷ୍ଟଲ କରିବା ପରେ ଏହାର ଠିକ୍ ରାଇଟ୍ କର୍ଣ୍ଣରରେ ତିନୋଟି ଡଟ୍ ନଜର ଆସିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ।

ଷ୍ଟେପ୍‌-୩

ଏହାପରେ ସେଟିଂକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ଏକ ନୂଆ ଟ୍ୟାବ ନଜର ଆସିବ, ଯାହାକି ପେମେଣ୍ଟ୍ ଅପସନ ଅଟେ।

ଷ୍ଟେପ୍‌-୪

ଏହାପରେ ସିଲେକ୍ଟ ଏବଂ କଣ୍ଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ବ୍ୟାଙ୍କଗୁଡିକର ଏକ ତାଲିକା ନଜର ଆସିବ, ଯେଉଁଥିରେ ଆକ୍ସିସ ବ୍ୟାଙ୍କଠାରୁ ଆରମ୍ଭ କରି ଏଚଡିଏଫସି ବ୍ୟାଙ୍କ ସମେତ ଅନେକ ବଡ ବଡ ବ୍ୟାଙ୍କର ନାଁ ରହିଛି।

ଷ୍ଟେପ୍‌-୫

ପରେ ନିଜ ନିଜ ଫୋନ୍ ନମ୍ବରକୁ ବ୍ୟଙ୍କ୍ ଆକାଉଣ୍ଟ୍ ସହ ଲିଙ୍କ୍ କରାଇବାକୁ ପଡ଼ିବ। ଏହାସହ କିଛି ସର୍ତ୍ତ ପୂରଣ କରିବାକୁ ଦିଆଯାଇଥିବ ତାହାକୁ ପୂରଣ କରିବାକୁ ପଡ଼ିବ।

ଷ୍ଟେପ୍‌-୬

ଏହାପରେ ଆପଣଙ୍କୁ ବ୍ୟଙ୍କ୍ ପକ୍ଷରୁ ଆପଣଙ୍କ ରେଜିଷ୍ଟର୍‌ ମୋବାଇଲକୁ ଏକ ଓ୍ବାନ୍ ଟାଇମ୍ ପାସଓ୍ବାର୍ଡ ମିଳିବ। ଯାହାକୁ କ୍ଲିକ୍ କରି ଆପଣ ଟଙ୍କା ପଠାଇପାରିବେ।

Comment