ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିକୁ ଲାଗିଛି ଶକ୍ତ ଝଟକା। ପଦ ହରାଇଛନ୍ତି ବ୍ରହ୍ମପୁର ମେୟର କେ ମାଧବୀ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ମାଧବୀଙ୍କ କର୍ପୋରେଟର ପଦବୀକୁ ରବ୍ଦ କରିଛନ୍ତି।
ନିର୍ବାଚନ ବେଳେ ମାଧବୀ ସତ୍ୟପାଠ ଦାଖଲ କରିଥିଲେ। ତାଙ୍କ ଜଣେ ସ୍ୱାମୀ ଅଛନ୍ତି ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିଲେ। ମାତ୍ର ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିବା ଜାଣିପାରିଥିଲେ ପୂର୍ବତନ ମେୟର ଶିବଶଙ୍କର ଦାସ। ଏନେଇ ଶିବଶଙ୍କର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲାକୁ ବିଚାର କରି ଜଜ୍ ମାଧବୀଙ୍କ ସଭ୍ୟ ପଦକୁ ରବ୍ଦ କରିଛନ୍ତି।
ବ୍ରହ୍ମପୁର ମହାନଗର ନିଗମ ୪୦ଟି ୱାର୍ଡକୁ ନେଇ ଗଠିତ ହୋଇଛି। କେ ମାଧବୀ ଏହି ନିଗମର ପ୍ରଥମ ମହିଳା ମେୟର ରହିଥିଲେ।


















