ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁ ଇଣ୍ଟରନେଟ୍‌ ସେନ୍‌ସନ ଭାବେ ଉଭା ହୋଇଛନ୍ତି ମାଲୟାଲମ୍ ସିନେମା ଅଭିନେତ୍ରୀ ପ୍ରିୟା ପ୍ରକାଶ। ଇନ୍‌ଷ୍ଟାଗ୍ରାମରେ ପ୍ରିୟାଙ୍କୁ ଗୋଟିଏ ଦିନରେ ୬ଲକ୍ଷରୁ ଅଧିକ ଲୋକ ଫଲୋ କରିଛନ୍ତି। ପ୍ରଖ୍ୟାତ ଫୁଟବଲ୍‌ ଖେଳାଳି କ୍ରିଷ୍ଟିଆନ୍‌ ରୋନାଲଡୋଙ୍କ ଭଳି ହସ୍ତିଙ୍କ ଲୋକପ୍ରିୟତାକୁ ପଛରେ ପକାଇଦେଇଛନ୍ତି ପ୍ରିୟା।

ଭାଲେଣ୍ଟାଇନ୍ ସପ୍ତାହରେ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ପ୍ରାୟ ୨୫ ସେକେଣ୍ଡର ଏହି ଭିଡିଓ କ୍ଲିପ୍‌କୁ ନେଇ  ଯୁବପିଢିଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଭିଡିଓ କ୍ଲିପ୍‌ରେ ପ୍ରଥମେ କଲେଜ୍‌ରେ ପଢୁଥିବା ଜଣେ ପୁଅ ନିଜ ଆଖିର ଇସାରା ଝିଅକୁ କିଛି କହିଲା। ତାପରେ ଝିଅଟି ବି ତାର ପ୍ରତୁତ୍ତର ଦେଉଛି ଆଖିରେ। ଏହାପରେ ସେ ଦୁହେଁ ଆଖିର ଇସାରାରେ ପରସ୍ପର ସହିତ କଥା ହେଉଛନ୍ତି।

ବିଶ୍ଵ ଫୁଟବଲ୍‌ରେ ଆଧିପତ୍ୟ ବିସ୍ତାର କରିଥିବା କ୍ରିଷ୍ଟିଆନ୍‌ ରୋନାଲଡୋଙ୍କୁ ଇଷ୍ଟାଗ୍ରାମ୍‌ରେ ଆସିବାର ପ୍ରଥମ ଦିନରେ ୬ ଲକ୍ଷ ଲୋକ ଫଲୋ କରିଥିଲେ। ଯାହାକୁ ଟପିଛନ୍ତି ପ୍ରିୟା।

ଏହା ହେଉଛି ମାଲୟାଲମ୍ ସିନେମା ‘ଓରୁ ଅଦାର ଲଭ୍’ର ଏକ ସିନ୍। ଏହି ସିନେମାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିଅର୍ ଡେବ୍ୟୁ କରୁଛନ୍ତି। ଏହି ସିନେମା ଆଗାମୀ ମାର୍ଚ୍ଚ ୩ ତାରିଖରେ ରିଲିଜ୍ ହେବ। ଏହାର ଏକ ଗୀତ ମନିକା ମଲରୟା ପୂବୀ… ରେ ପ୍ରିୟା ପ୍ରକାଶ ଏଭଳି ଆଖିରେ ଇସାରା କରିଛନ୍ତି। ଏହି ଗୀତକୁ ମାତ୍ର ୨୪ ଘଣ୍ଟାରେ ୧ ମିଲିଅନ୍ ଠାରୁ ଅଧିକ ଦର୍ଶକ ଦେଖିସାରିଲେଣି ଏବଂ ୫୦ ହଜାରରୁ ଅଧିକ ଲାଇକସ୍ ମିଳିଛି। ୧୮ ବର୍ଷୀୟା ପ୍ରିୟା କେରଳର ଥ୍ରିସୁର ବିମଲା କଲେଜରେ ବି କମ୍ ପଢ଼ୁଛନ୍ତି। ଇତିମଧ୍ୟରେ ସେ କୋଟି କୋଟି ଲୋକଙ୍କର ମନରେ ଘର କରିସାରିଲେଣି।

Comment