ଓଡ଼ିଶାଲାଇଭ୍ ବ୍ୟୁରୋ

ଷଷ୍ଠ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଅଧିନାୟକ ବିରାଟ କୋହଲିଙ୍କ ଧମାକାଦାର ଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଏହି ସିରିଜରେ ଭାରତ ୫-୧ରେ ଆଗୁଆ ରହିଛି।

ଦକ୍ଷିଣ ଆଫ୍ରିକା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ହେଲେ ଦକ୍ଷିଣ ଆଫ୍ରିକା ଖେଳାଳି ୪୬.୫ ଓଭରରେ ୨୦୪ ରନ୍ କରିବାକୁ ସମର୍ଥ ହୋଇଥିଲା। ୨୦୫ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବିରାଟ ବାହିନୀ ୩୨.୧ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିଛି। ବିରାଟ କୋହଲି ୯୬ ବଲରେ ୧୨୯ ରନ୍‌ କରି ଅପରାଜିତ ରହିଥିଲେ। ଏହା ତାଙ୍କର ଦିନିକିଆ କ୍ରିକେଟରେ ୩୫ତମ ଶତକ।

ବିରାଟ କୋହଲି ୧୯ଟି ଚୌକା ଏବଂ ଦୁଇଟି ଛକା ମାରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଦକ୍ଷିଣ ଆଫ୍ରିକାର ଖାୟା ଜୋଣ୍ଡୋ ସର୍ବାଧିକ ୫୨ ରନ୍ କରିଥିଲେ। ସେହିପରି ଭାରତୀୟ ବୋଲର ଶାର୍ଦ୍ଦୁଲ ଠାକୁର ୮.୫ ଓଭରରେ ୫୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଏବଂ ଜସପ୍ରୀତ ବୁମରାହ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

Comment