ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ରାଜ୍ୟପାଳ ଏସ୍‌ସି ଜମିର୍‌ଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ରାଜ୍ୟପାଳ ପ୍ରତ୍ୟକ୍ଷ ରାଜନୀତିରେ ଭାଗନେବାର ଅଭିଯୋଗ ଆଣିଛି ବିଜେପି।

ଓଡିଶା ରାଜ୍ୟପାଳ ଏସ୍‌ସି ଜମିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ନାଗାଲାଣ୍ଡ ବିଜେପି। ରାଜ୍ୟପାଳ ପଦବୀରେ ଥାଇ ମଧ୍ୟ ଏସସି ଜମିର ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ହୋଇଛି।

ରାଜ୍ୟପାଳ ଏସସି ଜମିର ନାଗାଲାଣ୍ଡରେ କଂଗ୍ରେସ ଓ ନାଗା ପିପୁଲ୍ସ ଫ୍ରଣ୍ଟ୍ ମେଣ୍ଟ ସପକ୍ଷରେ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି। ଏନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ନାଗାଲାଣ୍ଡ ବିଜେପି। କଂଗ୍ରେସ ଓ ଏନପିଏଫର କିଛି ପ୍ରାର୍ଥୀଙ୍କ ପାଇଁ ସେ ସିଧାସଳଖ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦଳ ଅଭିଯୋଗ ଆଣିଛି।

ରାଜ୍ୟପାଳ ଭାବେ ଶପଥ ନେବା ପରେ କୌଣସି ଦଳୀୟ ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ହେଲେ ନାଗାଲାଣ୍ଡ ବିଧାନସଭା ଲାଗି ଆସନ୍ତା ୨୭ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଯାଉଥିବାବେଳେ କଂଗ୍ରେସ ଓ ଏନପିଏଫ ମେଣ୍ଟ ପାଇଁ ପ୍ରଚାର କରି ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ଏସସି ଜମିର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜେପି।

କୌଣସି ସାମ୍ବିଧାନିକ ପଦବୀରେ ରହିବା ପରେ ରାଜନୀତିରେ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ ପ୍ରଚାର କରିବା ପଦର ଉଲଂଘନ ବୋଲି ଆଇନରେ ଉଲ୍ଲେଖ ରହିଛି।

୨୦୧୩ ମାର୍ଚ୍ଚ ୯ରୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପୂର୍ବରୁ ମହାରାଷ୍ଟ୍ର, ଗୁଜୁରାଟ ଓ ଗୋଆରେ ରାଜ୍ୟପାଳ ରହିଛନ୍ତି। ତା’ଛଡା ୧୯୮୦ରୁ ୨୦୦୩ ମଧ୍ୟରେ ନାଗାଲାଣ୍ଡରେ ପାଞ୍ଚଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ପୂର୍ବତନ କଂଗ୍ରେସ ନେତା ଏସ୍‌ସି ଜମିର୍‌।

Comment