ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଦୁନିଆ ବଦଳି ଥିଲେ ମଧ୍ୟ ବଦଳିନି କିଛି ଲୋକଙ୍କ ଚିନ୍ତାଧାରା। ପୁଅ ମୋହରେ ଅନ୍ଧ ହୋଇ ଅଧାରୁ ବି କମ୍‌ ବୟସର ଝିଅକୁ ବିବାହ କରିଛନ୍ତି ୮୩ବର୍ଷର ବୃଦ୍ଧ।

ବର ୮୩କୁ କନ୍ୟା ୩୦। ରାଜସ୍ଥାନର କରୌଲୀ ଜିଲ୍ଲାର କୁଡ଼ଗାଁଓରେ ଘଟିଛି ଏଭଳି ଘଟଣା।

ଏଠାରେ ଜଣେ ୮୩ ବର୍ଷିୟ ବୃଦ୍ଧ ତାଙ୍କ ବୟସର ଅଧାରୁ କମ୍ ବୟସର ଜଣେ ମହିଳାଙ୍କୁ ବିବାହ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ବୃଦ୍ଧ ଜଣକ ନିଜ ସମ୍ପତ୍ତି ପାଇଁ ଏକ ଉତ୍ତରାଧିକାରୀ ଚାହୁଁଥିବାରୁ ସେ ଏହି ବିବାହ କରିଥିବା ଜଣାପଡ଼ିଛି।

ସୌମରଦା ଗାଁ ନିବାସୀ ୮୩ ବର୍ଷୀୟ ବୃଦ୍ଧ ସୁଖରାମ ବେରୱା ନିଜ ଠାରୁ ୫୩ ବର୍ଷ ବୟସ ସାନ ୩୦ ବର୍ଷୀୟା ରମେଶ ଦେବୀଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି।ଏହା ତାଙ୍କର ଦ୍ୱିତୀୟ ବିବାହ।  ଆଖପାଖ ଅଞ୍ଚଳରେ ତାଙ୍କ ବିବାହ ବିଷୟରେ ଚର୍ଚ୍ଚା ହେଉଛି।

 

ସୁଖରାମଙ୍କ ଏହା ଦ୍ୱିତୀୟ ବିବାହ। ପ୍ରଥମ ସ୍ତ୍ରୀ ଏବେ ବି ଜୀବିତ ଅଛନ୍ତି। ବଂଶରକ୍ଷା ପାଇଁ ପୁଅଟିଏ ଚାହୁଁଥିବାରୁ ଏହି ବିବାହ କରୁଛନ୍ତି ସୁଖରାମ।

ହିନ୍ଦୁ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହୋଇଛି । ବେଶ୍ ଧୁମଧାମରେ ବରଯାତ୍ରୀ ଦଳ ସହ ସୁଖରାମ କନ୍ୟାଙ୍କ ଗାଁରେ ପହଞ୍ଚିଥିଲେ। ରମେଶ ଦେବୀଙ୍କୁ ବିବାହ କରିଥିଲେ।

ସୁଖରାମଙ୍କର ୩୦ ବର୍ଷୀୟ ପୁଅର ୨ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ଏହି କାରଣରୁ ସେ ଦ୍ୱିତୀୟ ବିବାହ କରିବା କଥା ଚିନ୍ତା କରିଥିଲେ। ସୁଖରାମଙ୍କ ପ୍ରଥମ ପତ୍ନୀଙ୍କ କହିବା ଅନୁସାରେ ସମ୍ପତ୍ତିର ଉତ୍ତରାଧିକାରୀ ପାଇଁ ହିଁ ତାଙ୍କ ସ୍ଵାମୀ ଏହି ବିବାହ କରିଛନ୍ତି। ସୁଖରାମଙ୍କ ବିବାହରେ ତାଙ୍କ ଝିଅ, ଜ୍ୱାଇଁ ସହିତ ଅନ୍ୟ ବନ୍ଧୁ ପରିଜନ ସାମିଲ ହୋଇଥିଲେ।

Comment