ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଇସିଲଟ ବ୍ଲକରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି। ଜଗଦଲପାଟଠାରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ନେଇ ବିଜେପି ସଭା କରୁଥିବା ବେଳେ ହଠାତ୍ ଦବି ଯାଇଥିଲା ମଞ୍ଚ।

ଗାଇସିଲଟ ବ୍ଲକର ଜଗଦଲପାଟଠାରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି। କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ନେଇ ବିଜେପି ସଭା କରୁଥିବା ବେଳେ ହଠାତ୍ ଦବି ଯାଇଥିଲା ମଞ୍ଚ।

ଗାଇସିଲଟ ବ୍ଲକରେ ବିଜେପି ଆଜି ପୁଣି ଶକ୍ତି ପ୍ରଦର୍ଶନ କରିଛି। କେନ୍ଦ୍ରମନ୍ତ୍ରୀ ରାମକୃପାଲ ଯାଦବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଫଳତାକୁ ଟାର୍ଗଟେ୍ କରୁଥିବା ବେଳେ ହଠାତ୍ ସଭା ମଞ୍ଚ ଦବି ଯାଇଥିଲା। ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ପଡ଼ି ଯାଇଥିଲେ। ତେବେ ବଡ଼ ଧରଣର କିଛି ଅଘଟ ଘଟି ନଥିଲା। ମଞ୍ଚ ମରାମତି କରାଯାଇ ପୁଣି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଗାଇସିଲଟ ବ୍ଲକର ଦୁଇଟି ସଭା ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଦୁଇଟି ସଭାରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

“ବିଜେଡି ସରକାରରେ ବିକାଶ ବାଟବଣା ହୋଇଯାଇଛି। ଏଠି ଶାସନ ବୋଲି କିଛି ନାହିଁ। ୧୮ ବର୍ଷ ହେଲା ନବୀନବାବୁ ଲୋକଙ୍କୁ ଭୂଆଁ ବୁଲାଇ ଆସିଛନ୍ତି। ବିଜେପୁରବାସୀଙ୍କ ସହ ପ୍ରତାରଣା କରିଛନ୍ତି। ଚଳିତ ଉପ-ନିର୍ବାଚନରେ ବିଜେପୁରବାସୀ ବିଜେଡିକୁ ଉଚିତ୍ ଜବାବ ଦେବେ”, କହିଛନ୍ତି ରାମକ୍ରିପାଲ ଯାଦବ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ନବୀନବାବୁ ବରପାଲ୍ଲି ସଭାରେ ଭଲ କଥା କହିଛନ୍ତି। ରିତା ସାହୁ ଯଦି ଜିତିବେ ତାହାଲେ ସେ ବର୍ଷେ ପାଇଁ ଏ ଅଞ୍ଚଳର ପ୍ରତିନିଧିତ୍ୱ କରିବେ। ବର୍ଷେ ପରେ ଏ ଅଞ୍ଚଳରୁ କିଏ ପ୍ରତିନିଧି ହେବେ ବୋଲି ଧର୍ମେନ୍ଦ୍ର ବିଜେଡିକୁ ପ୍ରଶ୍ନ କରିଥିଲେ।”

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରିତା ସାହୁଙ୍କ ପରେ ଏ ଅଞ୍ଚଳରୁ ସୁଶାନ୍ତ ସିଂଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି ବିଜେଡି। ସୁଶାନ୍ତ ସିଂଙ୍କ ନାମରେ ଅନେକ ଅଭିଯୋଗ ରହିଛି। ଏଭଳି ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ଶାନ୍ତିପୂର୍ଣ୍ଣ ବିଜେପୁରରେ ଅଶାନ୍ତର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି ନବୀନ ବାବୁ। ଏହାର ଜବାବ ଦେବାକୁ ବିଜେପୁର ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର।

LEAVE A REPLY

Please enter your comment!
Please enter your name here