ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମର ୧୨ ବର୍ଷର ବାଳକ ସିକୁ ସାହସିକତାର ପରିଚୟ ଦେଇଛନ୍ତି। ଅନ୍ଧାର ରାତିରେ ୨୦ ଫୁଟ କୁମ୍ଭୀର ମୁହଁରୁ ଦାଦାଙ୍କୁ ବଞ୍ଚାଇ ସାହସିକତା ତାଲିକାରେ ତାଙ୍କା ନାଁ ଯୋଡ଼ିଛନ୍ତି।
ମଙ୍ଗଳବାର ରାତି ପ୍ରାୟ ୮ଟା। କଣ୍ଡିରା ଗାଁର ବିନୋଦ ମଲ୍ଲିକ ହଂସୁଆ ନଦୀକୁ ଯାଇଥିଲେ ଶୌଚ ହେବା ପାଇଁ। ସାଙ୍ଗରେ ଥିଲେ ପୁତୁରା ସିକୁ। ଶୌଚ ହେବା ବେଳେ ବିନୋଦଙ୍କୁ ପାଣି ଭିତରକୁ କୁମ୍ଭୀର ଟାଣି ନେଇଥିଲା। ଦାଦା ଚିତ୍କାର କରିବାରୁ ନଦୀ ପଠାରେ ଛିଡ଼ା ହୋଇଥିବା ସିକୁ କୁମ୍ଭୀର ମୁହଁକୁ ଟର୍ଚ୍ଚ ପକାଇଥିଲା। ପରେ କୁମ୍ଭୀର ମୁହଁକୁ ଟର୍ଚ୍ଚକୁ ଜୋର୍ରେ ଫୋପାଡ଼ିଥିଲା ସିକୁ। ମୁହଁରେ ଆଘାତ ଲାଗିବାରୁ କୁମ୍ଭୀର ଦାଦା ବିନୋଦଙ୍କୁ ଛାଡ଼ି ଦେଇଥିଲା। କୁମ୍ଭୀର ପାଣି ଭିତରକୁ ଚାଲିଯିବା ପରେ ଦାଦାଙ୍କୁ ଟାଣି ଆଣିଥିଲା ସିକୁ।
୧୨ ବର୍ଷର ବାଳକ ସିକୁର ସାହସକୁ ନେଇ ଏବେ ସବୁଠି ଚର୍ଚ୍ଚା। କିଛିଦିନ ତଳେ ସେହି ରାଜନଗର ଅଞ୍ଚଳରୁ କୁମ୍ଭୀର ମୁହଁରୁ ନିଜ ଭଉଣୀକୁ ରକ୍ଷା କରି ମମତା ପ୍ରଧାନମନ୍ତ୍ରୀଙ୍କଠାରୁ ସାହସିକତା ପୁରସ୍କାର ପାଇଥିଲେ।



















ସାହାସୀ ପୁରସ୍କାର ପାଇଁ ଯୋଗ୍ୟ ।