ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମିସ୍‌ କରୁଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି

ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କୁ ବହୁତ୍ ମିସ୍‌ କରୁଛନ୍ତି।

ମଙ୍ଗଳବାର ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କରୁଥିବାର ଏକ ରୋମାଣ୍ଟିକ୍‌ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ବିରାଟ ।

ଏହି ଫଟୋର କ୍ୟାପସନ୍‌ରେ ବିରାଟ କୋହଲି ଲେଖିଛନ୍ତି, ‘ମାଇ ଓ୍ଵାନ୍‌ ଆଣ୍ଡ ଓନ୍‌ଲି’। ବିରାଟ କୋହଲି ପୋଷ୍ଟ କରିଥିବା ଏହି ଫଟୋରେ ଦୁହିଁଙ୍କ ମଧ୍ୟରେ କାହାରି ଚେହେରା ଦେଖିବାକୁ ମିଳୁନାହିଁ।

କୋହଲି ଏବେ ଦକ୍ଷିଣ ଆଫ୍ରିକାରେ ଅଛନ୍ତି ଓ ଅନୁଷ୍କା ମୁମ୍ବାଇରେ ସିନେମା ‘ପରି’ ପାଇଁ ପ୍ରୋମୋସନ୍‌ କରିବା ସହ ‘ସୁଇ ଧାଗା’ ଓ ‘ଜିରୋ’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ଅନୁଷ୍କାଙ୍କୁ ବହୁତ୍‌ ମିସ୍‌ କରୁଛନ୍ତି କୋହାଲି।

ଅନୁଷ୍କା ମଧ୍ୟ ଏହି ଫଟୋଟିକୁ ଇନ୍‌ଷ୍ଟାଗ୍ରାମ୍‌ର ପ୍ରୋଫାଇଲ୍‌ ଫଟୋ ଭାବେ ରଖି ଲେଖଛନ୍ତି ‘ଆଇ ମିସ୍‌ ୟୁ ଠୁ’।

ଦୁଇମାସ ହେବ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ହାରିବା ପରେ ଏକଦିବସୀୟରେ ଭଲ ପ୍ରଦର୍ଶନ କରି ସିରିଜ ବିଜୟୀ ହୋଇଥିଲା। ସିରିଜ୍‌ରେ ବିରାଟଙ୍କ ପ୍ରଦର୍ଶନ ବଳରେ ହିଁ ଭାରତ ୨୭ ବର୍ଷ ପରେ ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ୍‌ ହାତେଇଥିଲା।

ଟି -୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଜିତି ସାରିବା ପରେ ବିରାଟ ଏହି ଫଟୋ ଅପ୍‌ଲୋଡ କରିଛନ୍ତି। ଦିନିକିଆ ସିରିଜ ଜିତିବା ପରେ ନିଜ ପ୍ରଦର୍ଶନର ଶ୍ରେୟ ଅନୁଷ୍କା ଶର୍ମାଙ୍କୁ ଦେଇଥିଲେ ବିରାଟ ।

ଗତ ଡିସେମ୍ବରରେ ଦୁହିଁଙ୍କ ବିବାହ ଇଟାଲୀରେ ବେଶ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ଏହା ପରେ ଭାରତରେ ଅନୁଷ୍ଠିତ ହୋଇଥିଲା ଭବ୍ୟ ରିସେପ୍‌ସନ୍‌ ପାର୍ଟି। ଏହାପରେ ବିରାଟ ପତ୍ନୀ ଅନୁଷ୍କାଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ।

କିଛିଦିନ ସେଠାରେ ରହିବା ପରେ ଅନୁଷ୍କା ନିଜ ଫିଲ୍ମ ‘ପରୀ’ର ପ୍ରମୋଶନ ପାଇଁ ଭାରତ ପଳାଇଆସିଥିଲେ।

Comment