ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଟରନେଟ୍ସେନ୍ସେସନ ଭାବେ ଉଭା ହୋଇଥିବା ମାଲୟାଲମ୍ ସିନେମା ଅଭିନେତ୍ରୀ ପ୍ରିୟା ପ୍ରକାଶ ଲୋକପ୍ରିୟତାରେ ଫେସବୁକ୍‌ ନିର୍ମାତାଙ୍କୁ ଟପିଯାଇଛନ୍ତି।

ଏକ ଛୋଟିଆ ଭିଡିଓ କ୍ଲିପ୍‌ ଜରିଆରେ କୋଟି କୋଟି ଲୋକଙ୍କ ମନ ଜିଣିଥିବା ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଏବେ ଲୋକପ୍ରିୟତାରେ ଫେସ୍‌ବୁକ୍‌ ନିର୍ମାତା ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି।

ପ୍ରିୟାଙ୍କ ପ୍ରଥମ ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଆଦର ଲଭ’ର ଗୀତ ଭିଡିଓ ମାନିକ୍ୟ ମଲାରାୟ ପୁବି ଭାଇରାଲ ହୋଇଥିଲା। ଦେଖୁ ଦେଖୁ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଲୋଅର୍ସ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି।

ଫଟୋ ସେୟାରିଂ ଆପ୍‌ ଇନଷ୍ଟାଗ୍ରାମରେ ଫେସବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ପ୍ରିୟା ପଛରେ ପକାଇ ଦେଇଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟାଙ୍କ ଫଲୋଅର୍ସ ସଂଖ୍ୟା ୪.୫ ମିଲିୟନ ଥିବାବେଳେ ଜୁକରବର୍ଗଙ୍କ ମାତ୍ର ୪ ମିଲିୟନ ଫଲୋଅର୍ସ।

ଗତ ଭାଲେଣ୍ଟାଇନ୍ ସପ୍ତାହରେ ୨୫ ସେକେଣ୍ଡର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓ କ୍ଲିପ୍‌କୁ ନେଇ ଯୁବପିଢିଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଭିଡିଓ କ୍ଲିପ୍‌ରେ ପ୍ରଥମେ କଲେଜ୍‌ରେ ପଢୁଥିବା ଜଣେ ପୁଅ ନିଜ ଆଖିର ଇସାରା ଝିଅକୁ କିଛି କହିଲା। ତାପରେ ଝିଅଟି ବି ତାର ପ୍ରତୁତ୍ତର ଦେଉଛି ଆଖିରେ। ଏହାପରେ ସେ ଦୁହେଁ ଆଖିର ଇସାରାରେ ପରସ୍ପର ସହିତ କଥା ହେଉଛନ୍ତି।

1 COMMENT

Comment