ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟମାଟୋ ସସ୍ ପିଇ ଜଣେ ଭାରତୀୟ ଯୁବକ ଗିନିଜ ବୁକ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ୨୮.୩୭ ସେକେଣ୍ଡରେ ଅଧା କିଲୋ ସସ୍ ଷ୍ଟ୍ର ସହାୟତାରେ ପିଇ ସେ ଏହି କୃତିତ୍ଵ ହାସଲ କରିଛନ୍ତି।

ଗିନିଜ ବୁକ୍‌ ଅଫ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ଲୋକମାନେ ଅଜବଗଜବ କାରନାମା କରିବାର ନଜିର ରହିଛି। ସେହିଭଳି ଏକ ଅଖାଡ଼ୁଆ କାର୍ଯ୍ୟ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ମୁମ୍ବାଇର ଶିବନାଥ ଉପାଧ୍ୟାୟ ।

ଶିବନାଥ ଷ୍ଟ୍ର ସହାୟତାରେ ଅଧ କିଲୋ ଟମାଟୋ ସସ୍ ବୋତଲରୁ ପିଇ ଗିନିଜ ବୁକରେ ସ୍ଥାନ ପାଇଛନ୍ତି । ମାତ୍ର ୨୫.୩୭ ସେକେଣ୍ଡ ମଧ୍ୟରେ ସେ ଏହି କାର୍ଯ୍ୟ ସମ୍ପାଦିତ କରିଥିଲେ।

ଶିବନାଥଙ୍କ ଏଭଳି କାରନାମାର ଭିଡିଓ ଗିନିଜ ବୁକ୍‌ ଅଫ୍ ରେକର୍ଡ ପକ୍ଷରୁ ୟୁଟ୍ୟୁବ୍‌ରେ ପୋଷ୍ଟ କରାଯାଇଛି।

ଯୋଗ୍ୟତା ପର୍ଯ୍ୟାୟରେ ଶିବନାଥଙ୍କୁ ୫୦୦ ଗ୍ରାମ ସସ୍ ବୋତଲରୁ ୯୫ପ୍ରତିଶତ ସସ୍ ପିଇବାର ଥିଲା। ତାହା ପୁଣି ଷ୍ଟ୍ର ସହାୟତାରେ। ଏହି କାର୍ଯ୍ୟକୁ ପୂରଣ କରିବା ପାଇଁ ଶିବନାଥଙ୍କୁ ମାତ୍ର ୨୫.୩୭ ସେକେଣ୍ଡରେ ଏହି କୃତିତ୍ଵ ହାସଲ କରିଛନ୍ତି।

“ପିଲାବେଳୁ ଗିନିଜ ବୁକ୍ ଅଫ୍ ରେକର୍ଡ ବିଷୟରେ ଶୁଣିଥିଲି। ନୂଆ କିଛି କରିଦେଖାଇବାର ପ୍ରଚେଷ୍ଠା ଯୋଗୁଁ ଆଜି ସାରା ବିଶ୍ଵରେ ନାଁ କମାଇପାରିଛି, ସେଥିପାଇଁ ବେଶ୍‌ ଖୁସି” କହିଛନ୍ତି ଶିବନାଥ।

Comment