ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଘଟିଛି ଅଗ୍ନିକାଣ୍ଡ। ରସୁଲଗଡ଼ ଓଭରବ୍ରିଜ ନିକଟ ବସ୍ତିରେ ସୋମବାର ନିଆଁ ଲାଗିଯିବାରୁ ୧୨ରୁ ଅଧିକ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।
ଭୁବନେଶ୍ୱରର ରସୁଲଗଡ଼ ଓଭରବ୍ରିଜ ନିକଟସ୍ଥ ବସ୍ତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସୋମବାର ଅପରାହ୍ଣ ୩ଟାରେ ଲାଗିଥିଲା ଏହି ନିଆଁ। ଏହି ଅଗ୍ନିକାଣ୍ଡରେ ୧୨ରୁ ଅଧିକ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘରର ଆସବାବପତ୍ର ମଧ୍ୟ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଖବରପାଇ ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।
“ଜଣେ ବସ୍ତି ବାସିନ୍ଦା ତାଙ୍କ ସ୍ତ୍ରୀଙ୍କ ସହ ଆଜି ଦିନବେଳେ ଝଗଡ଼ା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ୟକ୍ତି ଜଣକ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ପରେ ଏହି ନିଆଁ ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା”, କହିଛନ୍ତି ଜଣେ ବସ୍ତି ବାସିନ୍ଦା।
ବସ୍ତିବାସିନ୍ଦାମାନେ ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁକୁ ଆୟତ୍ତ କରିପାରି ନଥିଲେ। ଖବରପାଇ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଦୁଇଟି ଦମକଳ ଗାଡ଼ି ବସ୍ତି ନିକଟରେ ପହଞ୍ଚି ନିଆଁ ଲିଭାଇଥିଲେ।


















