ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବଳ ଭାରତରେ ନୁହେଁ ବିଶ୍ଵର ବହୁକୋଣରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ଭାରତର ପର୍ବ ହୋଲି କିନ୍ତୁ ବିଦେଶରେ ଧିରେ ଧିରେ ବେଶ୍ ଲୋକପ୍ରିୟତା ହାସଲ କରୁଛି। ଆମେରିକାର ସ୍ପେନିଶ୍ ଫର୍କରେ ପାଳନ ହୁଏ ବିଶ୍ଵର ସର୍ବବୃହତ ହୋଲି।

ରଙ୍ଗର ପର୍ବ ହୋଲି। ତେବେ ରଙ୍ଗର ଏହି ପର୍ବ କ୍ରମଶଃ ଦେଶ ବିଦେଶରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଅବଶ୍ୟ ଏହି ଲୋକପ୍ରିୟତାର ଶ୍ରେୟ ‘ଇସକନ’ ପରି ଆଧ୍ୟାତ୍ମିକ ସଂଗଠନକୁ ଦେବାକୁ ପଡ଼ିବ।

କାରଣ ଇସକନର ପ୍ରୟାସ କ୍ରମେ ବିଶ୍ୱର ବୃହତ ହୋଲି ଭାରତ ନୁହେଁ ବରଂ ସ୍ପେନିସ ଫର୍କ ନାମକ ଏକ ସହରରେ ଏହା ପାଳିତ ହେଉଛି। ଏଠାରେ ହୋଲିକୁ ଫେଷ୍ଟିବାଲ ଅଫ କଲର ନାମରେ ନାମିତ କରାଯାଇଛି।

ଏହି ସହରରେ ନିର୍ମିତ ଇସକନ ମନ୍ଦିରରେ ପ୍ରତି ବର୍ଷ ହୋଲି ପାଳନ କରିବାକୁ ଦେଶ ବିଦେଶରୁ ୪ ହଜାରରୁ ଅଧିକ ପର୍ଯଟକ ଏକତ୍ରିତ ହୋଇଥାନ୍ତି। ଏହା ବିଶ୍ଵର ସର୍ବବୃହତ ହୋଲି ବୋଲି କୁହାଯାଉଛି।

ହୋଲି ଅବସରରେ ଏହି ସ୍ଥାନରେ ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇଥାନ୍ତି। ଆମେରିକାର ଉଟା ରାଜ୍ୟର ସ୍ପେନିସ ଫର୍କ ବ୍ୟତିତ ୧୧ଟି ଅନ୍ୟ ସ୍ଥାନରେ ମଧ୍ୟ ହୋଲି ପାଳିତ ହୋଇଥାଏ।

ଏହି ପାର୍ବଣରେ ଭାଗ ନେଉଥିବା ଅଧିକାଂଶ ସ୍ଥାନୀୟ ଓ ଛାତ୍ରଛାତ୍ରୀ ଅଟନ୍ତି। ଏହା ବ୍ୟତୀତ ବିଦେଶରୁ ମଧ୍ୟ ଏଠାକୁ ହୋଲି ପାଳିବାକୁ ବହୁ ପର୍ଯଟକ ଏକତ୍ରିତ ହୋଇଥାନ୍ତି ଇସକନ ଦ୍ୱାରା ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନ୍ୟାନ୍ୟ ଧର୍ମକୁ ଏହି ପାର୍ବଣ ସହ ଯୋଡ଼ୁଛି ବୋଲି ମତ ରଖିଛନ୍ତି।

ମାନବ ସମାଜରେ ଓ ଶିରୀରରେ ନାରାକାତ୍ମକ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିଣତ କରିବା ଏହି ପର୍ବର ମୂଳ ଉଦ୍ଦେଶ୍ୟ ବୋଲି ଇସକନ ପକ୍ଷରୁ କୁହାଯାଇଛି।

Comment