ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତେଲେଙ୍ଗାନା-ଛତିଶଗଡ ପୋଲିସର ସର୍ଚ୍ଚ ଅପରେସନ
  • ପୋଲିସ ଗୁଳିରେ ମାଓ ମାଓବାଦୀ ନିହତ
  • ନିହତ ୧୨ ମାଓବାଦୀଙ୍କ ଭିତରେ ୬ ମହିଳା

ମାଓ ଅପରେସନରେ ଛତିଶଗଡ଼ ଓ ତେଲେଙ୍ଗାନା ପୋଲିସକୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲା ବିଜାପୁରରେ ପୋଲିସ ଆଜି ଛାନ୍‌ଭିନ୍‌ କରିଛି। ଛତିଶଗଡ଼ ଏବଂ ତେଲେଙ୍ଗାନା ପୋଲିସର ମିଳିତ ସର୍ଚ୍ଚ ଅପରେସନରେ ଲାଲ କରିଡ଼ର ଛାରଖାର ହୋଇଛି। ପୋଲିସ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି।

ବିଜାପୁର ଜିଲ୍ଲାର ଅସୁର ଥାନା ଅଞ୍ଚଳର ପୂଜାରୀ କାଁକେରା ଗାଁ ଜଙ୍ଗଲରେ ମାଓବାଦୀମାନେ ଏକାଠି ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ମାଓବାଦୀ ଶିବିର ଠାବ କରିବା ପାଇଁ ତେଲେଙ୍ଗାନା ଓ ଛତିଶଗଡ଼ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା

ତେଲେଙ୍ଗାନାର ଗ୍ରେହାଉଣ୍ଡ ବଳ, ବିଜାପୁରର ଡିଆଇଜି, ଏସ୍‌ଟିଏଫ୍‌ ଓ ଜିଲ୍ଲା ସୁରକ୍ଷା କର୍ମୀଙ୍କୁ ସେଠାକୁ ପଠାଯାଇଥିଲା। ପୋଲିସକୁ ଦେଖି ପ୍ରଥମେ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳରେ ୧୨ ଜଣ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି।

ମାଓବାଦୀଙ୍କ ଗୁଳିରେ ତେଲେଙ୍ଗାନା ଗ୍ରେହାଉଣ୍ଡ ବଳର ଜଣେ ଯବାନ ସହିଦ୍ ହୋଇଛନ୍ତି। ନିହତ ୧୨ ଜଣ ମାଓବାଦୀଙ୍କ ଭିତରେ ଅଛନ୍ତି ୬ ଜଣ ମହିଳା ମାଓବାଦୀ। ମାଓ କ୍ୟାମ୍ପରୁ ପୋଲି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି।

Comment