ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କାଲା’ର ଟିଜର ରିଲିଜ୍ ହେବାର ମାତ୍ର ୨୪ଘଣ୍ଟା ମଧ୍ୟରେ ୧କୋଟି ଦର୍ଶକ ଦେଖିସାରିଲେଣି।

ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କାଲା’ର ଟିଜର ରିଲିଜ୍‌ ହୋଇଛି। ଏହା ମାର୍ଚ୍ଚ ୧ରେ ମୁକ୍ତିଲାଭ କରିବାର ଥିଲା, ମାତ୍ର କାଞ୍ଚିପୀଠ ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ନିଧନ ପରେ ତାଙ୍କୁ ସମ୍ମାନ ଜଣାଇ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିଲା।

ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଟିଜରକୁ ୟୁ-ଟ୍ୟୁବରେ ଏଯାବତ୍‌ ୧କୋଟି ଅଧିକ ଥର ଲୋକେ ଦେଖିଲେଣି। ଏହି ଟିଜରକୁ ରଜନିକାନ୍ତଙ୍କ ଜ୍ଵାଇଁ ତଥା ନିର୍ମାତା-ଅଭିନେତା ଧନୁଷ ନିଜ ଟୁଇଟର ଆକାଉଣ୍ଟରେ ଅପଲୋଡ କରିଛନ୍ତି।

ହିନ୍ଦି ଭାଷା ସହ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ରିଲିଜ୍ ହୋଇଛି ରଜନିକାନ୍ତଙ୍କ ଫିଲ୍ମ ‘କାଲା’ର ଟିଜର୍।

‘କାଲା’ ଆସନ୍ତା ଏପ୍ରିଲ ୨୭ରେ ମୁକ୍ତିଲାଭ କରିବ। ଏଥିରେ ରଜନୀକାନ୍ତ ଏକ ଡନ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଫିଲ୍ମରେ ଅନେକ ଫାଇଟିଂ ସିନ୍‌ ମଧ୍ୟ ରହିଛି।

LEAVE A REPLY

Please enter your comment!
Please enter your name here