ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସର ଜୋରଦାର ଉଦ୍ୟମ
  • ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ନେତା
  • ୬୦ରୁ ୨୧ଟି ଆସନ ପାଇଛି କଂଗ୍ରେସ
  • ବିଜେପି ବି ଆଶା ଛାଡ଼ିନି

ଶନିବାର ପ୍ରକାଶ ପାଇଛି ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ। କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ନଥିବାରୁ ଏଠାରେ କିଏ ସରକାର ଗଠନ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ତେବେ କଂଗ୍ରେସ ୨୧ଟି ଆସନ ଜିତିଥିବାରୁ ସରକାର ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଦଳର ବରିଷ୍ଠ ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି।

ରାଜ୍ୟରେ ୨୧ଟି ଆସନ ଜିତି କଂଗ୍ରେସ ବଡ଼ ଦଳ ଭାବେ ଉଭା ହୋଇଛି। ଏଣୁ କଂଗ୍ରେସକୁ ସରକାର ଗଠନ କରିବାକୁ ପ୍ରଥମେ ସୁଯୋଗ ଦିଆଯାଉ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା କମଲ ନାଥ, ଅହମ୍ମଦ ପଟେଲ, ମୁକୁଲ ଓ୍ବାସନିକ ଏବେ ତ୍ରିପୁରାରେ ଅଛନ୍ତି। ଅନ୍ୟ ଦଳର ସମର୍ଥନ ପାଇବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରିଛି। ଏପଟେ ବିଜେପି ମଧ୍ୟ ମେଣ୍ଟ ସରକାର ଗଠନ କରିବାକୁ ପ୍ରୟାସ ଜାରି ରଖିଛି।

ମେଘାଳୟରେ ଭୋଟ ୬୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। କଂଗ୍ରେସ ୨୧ଟିରେ ବିଜୟୀ ହୋଇଥିବା ବେଳେ ନ୍ୟାସନାଲିଷ୍ଟ ପିପୁଲ୍ସ ପାର୍ଟି (ଏନ୍‌ପିପି)କୁ ୧୯ଟି ମିଳିଥିଲା। ବିଜେପି ୨ଟିରେ ବିଜୟୀ ହୋଇଥିବା ବେଳେ ଅନ୍ୟନ୍ୟ ଦଳ ୧୭ଟିରେ ବିଜୟୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here