ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘିକୁଆଁରି ବା ଏଲୋବେରା ଜେଲ୍‌ ତ୍ଵଚା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହାକୁ ନିୟମିତ ଭାବେ ବ୍ୟବହାର କଲେ ତ୍ଵଚା ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ। କେବଳ ଯେ ତ୍ଵଚା ପାଇଁ ଗୁଣକାରୀ ତା’ନୁହେଁ, ଅନେକ ରୋଗରୁ ଉପଶମ ଦେଇଥାଏ ଘିକୁଆଁରି।

ଆସନ୍ତୁ ଜାଣିବା ଘିକୁଆଁରିର ଉପକାରିତା…      

ଆଖି ସମସ୍ୟା

ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଆଖି ସମସ୍ୟା ବହୁଳ ଭାବରେ ଦେଖାଯାଉଛି। ଅଫିସରେ କମ୍ପୁଟରରେ ସାରାଦିନ କାମ, ଘରକୁ ଆସିଲେ ଅଧିକ ସମୟ ମୋବାଇଲ୍‌ ସ୍କ୍ରିନ୍‌କୁ ଚାହିଁ ରହିବା ଦ୍ଵାରା ଆଖି ସମସ୍ୟା ବୃଦ୍ଧି ପାଉଛି। ଆଖି ପୋଡ଼ିବା ସହ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଉଛି। ଦୁଇ ଚାମଚ ଏଲୋବେରା ଜେଲ୍ ଏକ କପ୍ ପାଣିରେ ମିଶାଇ ଆଖି ଧୋଇଲେ ଆଖିକୁ ଆରାମ ମିଳିବା ସହ ଉଜ୍ଜ୍ଵଳ ଦେଖାଯାଏ।

ବ୍ରଣ ସମସ୍ୟା

ମୁହଁରେ ବ୍ରଣ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ପ୍ରତିଦିନ ମୁହଁରେ ଏଲୋବେରା ଜେଲ୍ ଲଗାଇ କିଛି ସମୟ ଛାଡ଼ିଦିଅନ୍ତୁ। ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ଵାରା କେବଳ ଯେ ବ୍ରଣ ସମସ୍ୟା ଦୂର ହେବ ତା’ ନୁହେଁ ମୁହଁ ଚିକ୍କଣ ମଧ୍ୟ ଦିଶିବ।

କ୍ଷତ ସମସ୍ୟା

ଶରୀରର କୌଣସି ଯାଗାରେ କ୍ଷତ ସୃଷ୍ଟି ହେଲେ ତୁରନ୍ତ ଏଲୋବେରା ଜେଲ୍ ଲଗାନ୍ତୁ ଆରାମ ମିଳିବ। ଏହାଛଡା ଶରୀରର କୌଣସି ଯାଗା ପୋଡ଼ୁଥିଲେ ଉକ୍ତ ସ୍ଥାନରେ ଏଲୋବେରା ଜେଲ୍ ଲଗାଇଲେ ପୋଡା କମିଥାଏ।

ରୁପି ସମସ୍ୟା

ରୁପି ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନେ ଦୁଇ ଚାମଚ ଏଲୋବେରା ଜେଲ୍‌କୁ କଣ୍ଡିସନର୍ ସହ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ଵାରା ରୁପି ସମସ୍ୟା ଦୂର ହେବା ସହ କେଶ ମଜବୁତ୍ ହୋଇଥାଏ।

ଆଣ୍ଠୁ-ଗଣ୍ଠି ସମସ୍ୟା

ଆଣ୍ଠୁ ଓ ଗଣ୍ଠି ଦରଜ ପାଇଁ କୌଣସି ଔଷଧ କାମ କରୁନଥିଲେ ଏଲୋବେରା ଜେଲ୍ ଉକ୍ତ ସ୍ଥାନରେ ମାଲିସ୍ କରନ୍ତୁ। କିଛିଦିନ ଏପରି କରିବା ଦ୍ଵାରା ଆପଣଙ୍କୁ ଆରାମ ନିଶ୍ଚିତ ମିଳିବ।

ମେଦ ସମସ୍ୟା

ମେଦବୃଦ୍ଧି ରୋକିବା ପାଇଁ କେବଳ ବ୍ୟାୟାମ୍ ଯଥେଷ୍ଟ ହୋଇନଥାଏ। ପ୍ରତିଦିନ ଏଲୋବେରା ରସକୁ ପାଣିରେ ପକାଇ ପିଇରେ ଶରୀରରେ ଥିବା ବିଷାକ୍ତ ପଦର୍ଥ ବାହାରକୁ ଆସେ। ଏହାଦ୍ଵାରା ଶରୀର ମେଦବହୁଳତା କମ୍ ହୋଇଥାଏ।

ଦାନ୍ତ ସମସ୍ୟା

ଏଲୋବେରା ଜେଲ୍ ଦାନ୍ତ ମୂଳରେ ଲଗାଇବା ଦ୍ଵାରା ଦାନ୍ତ ମଜବୁତ ହୋଇଥାଏ। ଦାନ୍ତ ପୋକ କାଟିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।

 

 

Comment