ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ରଞ୍ଜିତା କଟକ ମହାନଗର ନିଗମ ୭ ନମ୍ବର ୱାର୍ଡର କର୍ପୋରେଟର ଅଛନ୍ତି। ଧଳ ସାମନ୍ତ ବ୍ରଦର୍ସଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ରଞ୍ଜିତାଙ୍କୁ ବହୁବାର କମିଶନରେଟ୍ ପୋଲିସ ଜେରା କରିଛି।

ରଞ୍ଜିତା ଗିରଫ ହେବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି। ଜିଲ୍ଲା ବିଜେଡି ସଭାପତି ପ୍ରତାପ ଜେନା ରଞ୍ଜିତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି। ଦଳ ବିରୋଧୀ କାର୍ଯ୍ୟ ଏବଂ ଅସାମାଜିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ବିଜେଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

୨୦୧୬ ଫେବ୍ରୁଆରିରେ ରଞ୍ଜିତାଙ୍କୁ କମିଶନରେଟ ପୋଲିସ ମାରାଥନ ଜେରା କରିଥିଲା।

ରଞ୍ଜିତା କଟକ ନଗର ଯୁବକ ସଂଘର ଯୁଗ୍ମ ସମ୍ପାଦକ ଥିଲେ। ଏହି ବ୍ୟାନରରେ ଡି ବ୍ରଦର୍ସ କଟକରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ।

ରାଜ୍ୟ ଏବଂ ରାଜ୍ୟ ବାହାରେ ଅପରାଧ ନେଟୱର୍କ ଚାଲୁ ରଖିବା ଅଭିଯୋଗରେ ସୁଶାନ୍ତ ଧଳ ସାମନ୍ତ ଏବଂ ସୁନିଲ ଧଳସାମନ୍ତଙ୍କୁ ପୋଲିସ ୨୦୧୬ ଜାନୁଆରୀରେ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here