ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ। ରାଜସ୍ଥାନର ଯୋଧପୁରରେ ଚାଲିଥିବା ଏକ ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଛନ୍ତି ଅମିତାଭ।
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ଥାନ’ର ସୁଟିଂ ସମୟରେ ବିଗ୍ ବି ଅସୁସ୍ଥ ହୋଇପଡ଼ିଥିବା ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତି ଅମିତାଭ।
ମଙ୍ଗଳବାର ଦିନ ପ୍ରାୟ ସକାଳ ୫ଟାରେ ସେ ଅସୁସ୍ଥ ଅନୁଭବ କରୁଥିବା ନିଜ ବ୍ଲଗରେ ଲେଖିଛନ୍ତି ଅମିତାଭ। ଫିଲ୍ମର ଏକ ଯୁଦ୍ଧ ଦୃଶ୍ୟରେ ଓଜନିଆ କଷ୍ଟ୍ୟୁମ ପିନ୍ଧିଥିବାରୁ କ୍ଲାନ୍ତ ଅନୁଭବ କରିଥିଲେ ବିଗ ବି। ଭୋର ୪ଟା ପର୍ଯ୍ୟନ୍ତ ସେ ସୁଟିଂରେ ବ୍ୟସ୍ତ ଥିଲେ। ଏହାପରେ ଅସୁସ୍ଥ ଅନୁଭବ କରିବାରୁ ମୁମ୍ବାଇର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ବିମାନ ଯୋଗେ ଯୋଧପୁର ଯାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଅମିତାଭ ଗୁରୁତର ନଥିବା ସୂଚନା ମିଳିଛି।
କିଛିଦିନ ପୂର୍ବରୁ ସୁଟିଂ ପାଇଁ ଯୋଧପୁର ଯାଇଥିଲେ ଅମିତାଭ । ସେ ସମୟରୁ ହିଁ ସେ ସାମାନ୍ୟ ଅସୁସ୍ଥ ଥିବା ମିଡ଼ିଆରେ ପ୍ରକାଶ ପାଇଥିଲା। ସୁଟିଂରୁ କିଛିଦିନ ବିରତି ନେଇ ସେ ପୁଣି ସୁଟିଂକୁ ଫେରିଥିଲେ।
‘ଠଗସ ଅଫ ହିନ୍ଦୁସ୍ଥାନ’ ଫିଲ୍ମରେ ଅମିତାଭ ବଚ୍ଚନ, ଅମିର ଖାନ୍ ଲିଡ୍ ରୋଲରେ ଅଛନ୍ତି। ଯଶରାଜ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଅମିତାଭ ପ୍ରଥମଥର ପାଇଁ ଅମିର ଖାନ୍ଙ୍କ ସହ ନଜର ଆସିବେ। କିଛିଦିନ ପୂର୍ବରୁ ଫିଲ୍ମ ସେଟ୍ରେ ଅମିତାଭ ବଚ୍ଚନଙ୍କ ଲୁକ୍ ନଜର ଆସିଥିଲା। ଏଥିରେ ସେ ଜଣେ ଯୋଦ୍ଧା ଭାବେ ଅଭିନୟ କରିଛନ୍ତି।








ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ। ରାଜସ୍ଥାନର ଯୋଧପୁରରେ ଚାଲିଥିବା ଏକ ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଛନ୍ତି ଅମିତାଭ।
